ଅଂଚଳବାସିଙ୍କ ଦୀର୍ଘ ଦିନର ସ୍ବପ୍ନକୁ ପୂରଣ କଲେ ଦୁଇ ଯୁବ ବିଧାୟକ

ଯାଜପୁର :- ସରକାର ପରିବର୍ତନ ପରେ ଏବେ ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆ ଯାଉଛି । ଏହି କ୍ରମରେ ମଙ୍ଗଳବାର ଦିନ ଜାରକା ଜଳସମ୍ପଦ ବିଭାଗ ଅଧିନରେ ଥିବା ଶ୍ରାବନ୍ତପୁରଠାରୁ ଖଣ୍ଡିତର ଖରସୁଆଁ ଦକ୍ଷିଣ ପଟ ନଦୀ ବନ୍ଧ ଉପରେ ସୁଇଜ୍ ଗେଟ୍ ଓ ଯାଜପୁର ଜଳ ବିକାଶ ବିଭାଜନ ଅଧିନରେ ଥିବା ଛିଣ୍ଡାଖରସୁଆଁର ପୁନଃରୁଦ୍ଧାର ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
କୋରେଇ ନିର୍ବାଚନ ମଣ୍ଡଳୀ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀ ଦେଇ ବହିଯାଇଛି ଖରସ୍ରୋତା ନଦୀ। ଏହି ନଦୀକୁ ଚିରସ୍ରୋତା କରିବାର ସ୍ବପ୍ନକୁ ପୂରଣ କରିବା ସହିତ ଉକ୍ତ ନଦୀ କୂଳ ଅଂଚଳବାସିଙ୍କ ଦୀର୍ଘ ଦିନର ଦୁଃଖକୁ ଦୂର କରିବାରେ ସହାୟକ ହେଲେ ଦୁଇ ଯୁବ ବିଧାୟକ। କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ ଓ଼ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ’ଙ୍କ କରକମଳରେ ମଙ୍ଗଳବାର ଦିନ ଜଳ ସମ୍ପଦ ବିଭାଗ ତରଫରୁ ପାଖାପାଖି ୧୪କୋଟି ଟଙ୍କା ବ୍ୟୟ ଅଟକଳରେ ଶ୍ରୀବନ୍ତପୁର ଠାରୁ ଖଣ୍ଡିତର ନଦୀବନ୍ଧ ଉପରେ ଟିକରପଡା ଠାରେ ସୁଇସ ଗେଟ ନିର୍ମାଣ ଓ଼ ଛିଣ୍ଡା ଖୋରସ୍ରୋତାକୁ ଚିରସ୍ରୋତା କରିବା ପାଇଁ ଢାଲୁ ନିର୍ମାଣର ଶୁଭ ଭିର୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦୁଇ ବିଧାୟକଙ୍କୁ ମଧୁବନ ହିଙ୍ଗୁଳା ପଡିଆ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ପାଛୋଟି ନେବା ସହିତ ଟିକରପଡା ଜଗନ୍ନାଥ ମଠ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ଖରାସ୍ରୋତା ନଦୀର ପୁନଃରୁଧାର ହେବା ଦ୍ଵାରା ନଦୀକୁଳିଆ ଅଂଚଳ ବାସିଙ୍କ ଜଳସେଚନର ସୁବିଧା ହେବା ସହିତ ଚାଷ କାର୍ଯ୍ୟରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ଦାସନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜଳସେଚନ ଓ଼ ଜଳ ନିଷ୍କାସନ ବିଭାଗର ସମସ୍ତ ଉପରିସ୍ଥ ଅଧିକାରୀଙ୍କ ସମେତ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରହ୍ଲାଦ ପଣ୍ଡା, ଯୁବ ସଭାପତି ହିମାଂଶୁ ବେହୁରା ଓ଼ ହଜାର ହଜାର ବିଜେପି କର୍ମୀ ଏବଂ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ ।




