ଦେଶ- ବିଦେଶ

ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର – Sahana Mela

[ad_1]


ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର । ଏଥିପାଇଁ ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି। ଜାମ୍ମୁ କାଶ୍ମୀର ସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । କୁହାଯାଏ ଯେ ସୁଲତାନ ସିକନ୍ଦର ଶାହା ମିରିଙ୍କ ନିର୍ଦ୍ଦେଶରେ ଏହି ମନ୍ଦିରଟିକୁ ଭାଙ୍ଗି ଦିଆଯାଇଥିଲା।

ଜାମ୍ମୁ କାଶ୍ମୀର ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ “ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଅନନ୍ତନାଗରେ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିର ପରିସରରେ ସମ୍ରାଟ ଲଳିତାଦିତ୍ୟ ମୁକ୍ତାପୀଡ ମୂର୍ତ୍ତିର ସ୍ଥାପନା ସହ କାଶ୍ମୀରରେ ପ୍ରାଚୀନ ମନ୍ଦିରଗୁଡିକର ସୁରକ୍ଷା/ ସଂରକ୍ଷଣ/ ପୁନରୁଦ୍ଧାର ବିଷୟରେ ଆଲୋଚନା କରାଯିବ । ଏପ୍ରିଲ ୧ ତାରିଖ ଅପରାହ୍ନ ପ୍ରାୟ ୨.୩୦ ସମୟରେ ସଚିବାଳୟର ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ।

ରିପୋର୍ଟ ଅନୁଯାୟୀ, ଅଷ୍ଟମ ଶତାବ୍ଦୀର ମାର୍ତଣ୍ଡ ମନ୍ଦିର ଭାରତର ସୂର୍ଯ୍ୟ ମନ୍ଦିର ମଧ୍ୟରେ ସର୍ବ ପୁରାତନ ଏବଂ ଅମୂଲ୍ୟ ପ୍ରାଚୀନ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ଅଟେ। ଏହା ASI ଦ୍ୱାରା ସୁରକ୍ଷିତ ଏକ ସ୍ମାରକୀ । ଏହି ମନ୍ଦିରକୁ ହିନ୍ଦୁ ରାଜା ଲଳିତାଦିତ୍ୟ ମୁକ୍ତପଦ ନିର୍ମାଣ କରିଥିଲେ। କୁହାଯାଉଛି ଯେ ସୁଲତାନ ସିକନ୍ଦର ଶାହା ମିରିଙ୍କ ନିର୍ଦ୍ଦେଶରେ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରକୁ ଭାଙ୍ଗି ନଷ୍ଟ କରି ଦିଆଯାଇଥିଲା ।

 



[ad_2]

Leave a Reply

Your email address will not be published. Required fields are marked *

Back to top button