ଦେଶ- ବିଦେଶ

କ’ଣ ଏହି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା? ଗିରଫଦାରୀ ସଂଖ୍ୟା ପହଁଚିଲା ୧୪ – Sahana Mela

[ad_1]


ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ୧୪ରେ ପହଁଚିଛି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପରେ ଏହି ମାମଲାରେ ଆପର ମୋଟ୍ ତିନି ଜଣ ନେତା ଗିରଫ ହୋଇଛନ୍ତି। ଏହାପୂର୍ବରୁ ଆପ ନେତା ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଛନ୍ତି। ସେହିପରି ଭାରତ ରାଷ୍ଟ୍ର ସମିତି ବା ବିଆରଏସର ନେତ୍ରୀ କେ କବିତା ଚଳିତ ସପ୍ତାହରେ ଏହି ମାମଲାରେ ଗିରଫ ହୋଇଛନ୍ତି।

ଅବକାରୀ ଦୁର୍ନୀତି କ’ଣ?
୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ଏହି ମାମଲା ରହିଛି। ଏହାପରେ ଏହାକୁ ଉଚ୍ଛେଦ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଛି ଯେ ଆପ୍ ନେତାମାନେ ଅବକାରୀ ନୀତିରେ ୧୦୦ କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି। ଇଡି ଦାଖଲ କରିଥିବା ଚାର୍ଜସିଟରେ କେଜ୍ରିୱାଲଙ୍କ ନାମ ମଧ୍ୟ ଏକାଧିକ ଥର ଉଲ୍ଲେଖ କରାଯାଇଛି। ଅବକାରୀ ନୀତି ପ୍ରସ୍ତୁତ କରିବା ପାଇଁ ଅଭିଯୁକ୍ତମାନେ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏଜେନ୍ସି ଅଭିଯୋଗ କରିଛି। ଆପ୍ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ଏହି ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଇଡି ଦାବି କରିଛି ଯେ, ବ୍ୟବସାୟୀ ଶରତ ରେଡ୍ଡୀ, ଶ୍ରୀନିବାସୁଲୁ ରେଡ୍ଡୀ ଏବଂ କେ କବିତାଙ୍କୁ ନେଇ ଗଠିତ ଏକ ସାଉଥ୍ ଗ୍ରୁପ୍ ନୂଆ ଅବକାରୀ ନୀତି ୨୦୨୧-୨୨ ଅଧୀନରେ ଦିଲ୍ଲୀର ୩୨ଟି ଜୋନ୍ ମଧ୍ୟରୁ ୯ଟି ଜୋନ୍ ପାଇଛି। ହୋଲସେଲରଙ୍କ ପାଇଁ ୧୨% ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ପ୍ରାୟ ୧୮୫% ଲାଭ ମାର୍ଜିନ ସହିତ ଏହି ପଲିସି ଅଣାଯାଇଥିଲା। ଏହି ଷଡ଼ଯନ୍ତ୍ର ଅନୁଯାୟୀ ଆପର ନେତାମାନଙ୍କୁ ଲାଞ୍ଚ ଦେବା ପାଇଁ ହୋଲସେଲରଙ୍କ ଠାରୁ ୧୨% ମାର୍ଜିନ୍ ମଧ୍ୟରୁ ୬% ଆଦାୟ କରାଯିବାର ଥିଲା ବୋଲି ଇଡି ଅଭିଯୋଗ କରିଛି।

ଅବକାରୀ ନୀତିକୁ ନେଇ ସିବିଆଇ ଦ୍ୱାରା ଗୋଟିଏ ଏବଂ ଇଡି ଦ୍ୱାରା ତଦନ୍ତ କରାଯାଉଥିବା ମନି ଲଣ୍ଡରିଂ ଅଭିଯୋଗରେ ଦୁଇଟି ମାମଲା ରୁଜୁ ହୋଇଛି। ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଜୁଲାଇ ୨୦୨୨ରେ ଉପରାଜ୍ୟପାଳ (ଏଲଜି) ବିନୟ କୁମାର ସକ୍ସେନାଙ୍କୁ ପ୍ରଦାନ କରିଥିବା ଏକ ରିପୋର୍ଟରୁ ଏହି ମାମଲା ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛି ଯେ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ମନ୍ତ୍ରୀ ଭାବରେ ନେଇଥିବା ମନମୁଖୀ ଏବଂ ଏକତରଫା ନିଷ୍ପତ୍ତି ଯୋଗୁଁ ରାଜକୋଷକୁ ୫୮୦ କୋଟି ଟଙ୍କାରୁ ଅଧିକ ଆର୍ଥିକ କ୍ଷତି ହୋଇଛି।

ଗତ ବର୍ଷ ନଭେମ୍ବର ୨ ତାରିଖରୁ ଇଡି ଜାରି କରିଥିବା ୮ଟି ସମନକୁ କେଜ୍ରିଓ୍ଵାଲ ବେଆଇନ୍ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ଆଜି ନବମ ସମନରେ ଗିରଫ ହୋଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button