ରାଜନୀତି

ରାଜ୍ୟସଭା ପାଇଁ ବିଜେଡିର ଦୁଇ ପ୍ରାର୍ଥୀ ଘୋଷଣା: ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତାଙ୍କୁ ଟିକେଟ୍

ଭୁବନେଶ୍ୱର: – ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କର ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ଏହି ଘୋଷଣା କରିଛନ୍ତି।

ରାଜ୍ୟସଭା ପାଇଁ ବିଜେଡି ଦୁଇଜଣ ପ୍ରାର୍ଥୀଙ୍କୁ ମଞ୍ଚରେ ଆଣିଛି। ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି।

ସଂତୃପ୍ତ ମିଶ୍ରଙ୍କ ପ୍ରୋଫାଇଲ

ଡ. ସଂତୃପ୍ତ ମିଶ୍ର ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଭାବେ କାର୍ଯ୍ୟରତ। ଗତ ସାଧାରଣ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

ଦତ୍ତେଶ୍ୱର ହୋତାଙ୍କ ଅନୁଭବ

ଡାକ୍ତର ଦତ୍ତେଶ୍ୱର ହୋତା Odisha University of Health Sciencesର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିସାରିଛନ୍ତି। ସେ ଭୁବନେଶ୍ୱରର Capital Hospitalର ୟୁରୋଲୋଜି ବିଭାଗରେ ମଧ୍ୟ ସେବା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଦଳର ମୁଖ୍ୟ ଭାବେ ମଧ୍ୟ ସେ ଦାୟିତ୍ୱ ପାଳନ କରିଥିଲେ।

ବିଧାୟକ ଦଳ ବୈଠକ

ଏହି ଘୋଷଣା ପୂର୍ବରୁ ଆଜି ନବୀନ ନିବାସରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ସମସ୍ତ ବିଧାୟକ ଏଥିରେ ଯୋଗଦେଇଥିଲେ। ଦଳୀୟ ସଂଗଠନ ସହ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଗତକାଲି ମଧ୍ୟ ବିଧାୟକ ଦଳ ବୈଠକରେ ସଂଗଠନୀୟ କାର୍ଯ୍ୟକଳାପ ନେଇ ଫିଡବ୍ୟାକ ନେଇଥିଲେ ଦଳ ସଭାପତି ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଦଳର ରଣନୀତି, ବିଧାନସଭାରେ ଆଭିମୁଖ୍ୟ ଓ ଜନସେବା କାର୍ଯ୍ୟକ୍ରମ ନେଇ ବିଧାୟକମାନଙ୍କୁ ସେ ଦିଗନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button