ଅପରାଧ

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ – Sahana Mela

[ad_1]


ଭଦ୍ରକ: ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ। ମୃତକ ହେଲେ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ। ତାଙ୍କ ସ୍ୱାମୀ ମହେଶ୍ୱର ନାୟକ ରାଜ୍ୟ ବାହାରେ କାମ କରନ୍ତି।

ସୂଚନାନୁସାରେ, ତାଙ୍କ ସ୍ୱାମୀ ମହେଶ୍ୱର ମୁମ୍ୱାଇରେ ରହି କାମ କରୁଥିବାରୁ ମଧୁମିତା ଭଡା ଘରେ ଏକୁଟିଆ ରହୁଥିଲେ। ତାଙ୍କ ପୁଅ ପୁନେରେ ପାଠ ପଢନ୍ତି। ଗତ ଦୁଇ ସପ୍ତାହ ଧରି ମହେଶ୍ୱର ନିଜ ପତ୍ନୀଙ୍କୁ କଲ୍ କରୁଥିଲେ। ହେଲେ କଲର କୌଣସି ପ୍ରତିକ୍ରିୟା ନମିଳିବାରୁ ମହେଶ୍ୱର ପଡୋଶୀ ଘରେ କଲ କରି ବୁଝିଥିଲେ ଯେ ମଧୁମିତାଙ୍କ ଫୋନ ଖରାପ ଅଛି। ତା ପରଠାରୁ ପତ୍ନୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା। ତେବେ ଏହାକୁ ନେଇ ମହେଶ୍ୱର ସନ୍ଦେହ କରି ଶନିବାର ଭଦ୍ରକ ଠାରେ ପହଞ୍ଚି ଥାନାରେ ଏଫଆଇଆର କରିଥିଲେ।

ତାଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଟାଉନ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଖୋଲି ମଧୁମିତାଙ୍କୁ ଘର ଭିତରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲା। ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ପୋଲିସ। ଘଟଣାର ତଦନ୍ତ ଚାଲିଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।



[ad_2]

Leave a Reply

Your email address will not be published. Required fields are marked *

Back to top button