ଦେଶ- ବିଦେଶ

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ବିମାନବନ୍ଦର ଛାତ, ବିମାନ ସେବାର ଗତିପଥ ପରିବର୍ତ୍ତନ – Sahana Mela

[ad_1]


ଗୌହାଟି: ପ୍ରବଳ ବର୍ଷା ସହ ଝଡ଼ତୋଫାନ ଯୋଗୁଁ ଗୌହାଟୀର ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାପକ ନଷ୍ଟ ହୋଇଛି। ଖରାପ ପାଗ ଯୋଗୁଁ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ ରହିବା ସହ ୬ଟି ବିମାନର ଗତିପଥ ବଦଳାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏୟାରପୋର୍ଟ ଟର୍ମିନାଲର ଛାତ ଭୁଶୁଡ଼ି ପଡ଼ିବା ସହ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ବିମାନବନ୍ଦର ପରିଚାଳନା ପ୍ରତିନିଧି କହିଛନ୍ତି ଯେ ଏହି ଘଟଣା ଟର୍ମିନାଲ ବିଲ୍ଡିଂର ବାହ୍ୟ ପାର୍ଶ୍ୱରେ ଘଟିଥିଲା ଏବଂ ୨୦-୩୦ ମିନିଟ୍ ମଧ୍ୟରେ ନିୟନ୍ତ୍ରଣକୁ ଆସିଥିଲା। ସେମାନେ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ କୌଣସି ଲିକେଜ୍ ନାହିଁ ଏବଂ ସମସ୍ତ ଜମା ହୋଇଥିବା ପାଣି ନିଷ୍କାସିତ ହୋଇଯାଇଛି।

ମୁଖ୍ୟ ବିମାନ ବନ୍ଦର ଅଧିକାରୀ ଉତ୍ପଲ ବରୁଆ କହିଛନ୍ତି ଯେ ଝଡତୋଫାନ ଯୋଗୁଁ ଆଦାନୀ ଗ୍ରୁପ୍ ନିୟନ୍ତ୍ରିତ  କେନ୍ଦ୍ର ବାହାରେ ଅଏଲ ଇଣ୍ଡିଆ କମ୍ପ୍ଲେକ୍ସରେ ଥିବା ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଟର୍ମିନାଲକୁ ସୁରୁଖୁରୁରେ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ସହ ରାସ୍ତା ଖାଲି କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ବରୁଆ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଝଡତୋଫାନ ଆସିବା ପରେ ପୂର୍ବାଞ୍ଚଳର ଛାତର ଏକ ଅଂଶ ଉଡ଼ି ଯାଇଥିଲା। ଯାହା ଫଳରେ ଛାତ ଭାଙ୍ଗି ଯାଇଥିଲା ଏବଂ ଭିତରକୁ ପାଣି ପ୍ରବାହିତ ହେଉଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button