ରାଜନୀତି

ବିଜେପିରେ ମିଶିଲେ ଅନୁଭବ ମହାନ୍ତି, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଶିବିରରେ ହେଲେ ସାମିଲ – Sahana Mela

[ad_1]


ଭୁବନେଶ୍ୱର: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଅନୁଭବ।

ଦଳରେ ମିଶିବା ପରେ ଅନୁଭବ କେଉଁଠୁ ଲଢିବେ ତାହା ଉପରେ ରହିଛି ସମସ୍ତଙ୍କର ନଜର। ନିଜ ପାରିବାରିକ ବିବାଦକୁ ନେଇ ବିବାଦରେ ଥିଲେ ଅନୁଭବ। ଏଥିପାଇଁ ବିଜେଡି ପକ୍ଷରୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା। ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ବିଭିନ୍ନ ସମୟରେ ବ୍ୟକ୍ତିଗତ କାରଣ ପାଇଁ ବିବାଦରେ ରହିଆସୁଥିଲେ ଅନୁଭବ।

୨୦୧୪ ରେ ଅନୁଭବ ବିଜୁ ଜନତା ଦଳରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ଏହାପରେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ସେତବେଳର କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ସମୟକ୍ରମେ ପାରିବାରିକ ବିବାଦ କାରଣରୁ ଦଳର କାର୍ଯ୍ୟରୁ ଅନେକ ସମୟରେ ସେ ଦୂରେଇ ରହିଥିଲେ । ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button