ରାଜନୀତି

ଶିକ୍ଷା, କର୍ମନିଯୁକ୍ତି ଓ ସୂଚନା ପ୍ରଯୁକ୍ତି ବିଜ୍ଞାନର ହବ୍ ହେବ ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା – Sahana Mela

[ad_1]


ପୁରୀ: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପୂର୍ବାହ୍ନରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି । ତାଙ୍କୁ ଦ୍ଵିତୀୟ ଥର ପାଇଁ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ବୈଜୟନ୍ତ ପଣ୍ଡା କହିଛନ୍ତି, ଏଥର କେବଳ ମୋଦୀ ଆଉ ମୋଦୀ, ବିକାଶ ଆଉ ବିକାଶ ଏହାକୁ ପାଥେୟ କରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ। ସମସ୍ତ ୨୧ ଟି ଲୋକସଭା କ୍ଷେତ୍ରରେ ଦଳ ଭଲ ପ୍ରଦର୍ଶନ କରିବ। ଭୁବନେଶ୍ୱର ଶିକ୍ଷା,କର୍ମନିଯୁକ୍ତି ଓ ସୂଚନା ପ୍ରଯୁକ୍ତି ବିଜ୍ଞାନର ହବ୍ ହେବ। ମହାପ୍ରଭୁଙ୍କ ଆଶିର୍ବାଦ ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଙ୍କୁ ଆଶୀର୍ବାଦ କରିବେ। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ତଥା ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ, ନୟାଗଡ଼ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱେରୀ ସିଂହଙ୍କ ସହ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ନିକଟରେ ସମସ୍ତେ ସାଷ୍ଟାଂଗ ପ୍ରଣିପାତ କରିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button