ରାଜନୀତି

ଗୁଣୁପୁର ବିଧାନସଭା ନିର୍ବାଚନ: ଚାରି ପ୍ରମୁଖ ଦଳ ଭିତରେ ହେବ ଯୋରଦାର ଲଢେ଼ଇ – Sahana Mela

[ad_1]


ରାୟଗଡା: ଆଗକୁ ସାଧାରଣ ନିର୍ବାଚନ । ନେତାମାନଙ୍କର ଦଳ ଡିଆଁ ପର୍ବ ସାଙ୍ଗକୁ ପ୍ରାର୍ଥୀ ଘୋଷଣା ପୁରା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏହାରି ଭିତରେ ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ଗୁଣୁପୁର ନିର୍ବାଚନ କ୍ଷେତ୍ରରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେବ ।

ତିନି ପ୍ରମୁଖ ଦଳ ମଧ୍ୟରେ ଶାସକ ବିଜେଡି ପକ୍ଷରୁ ବର୍ତ୍ତମାନ ର ବିଧାୟକ ରଘୁନାଥ ଗମାଙ୍ଗ ଙ୍କୁ ଦଳ ପୁନର୍ବାର ଟିକେଟ ଦେଇଛି । ସେହିପରି ବିଜେପି ରୁ ପୂର୍ବତନ ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ଭାରତୀୟ ଜନତା ପାର୍ଟି ର ଟିକେଟ୍ ଦିଆଯାଇଛି ।

ଅନ୍ୟପଟେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼କ୍ଟର ଗିରିଧାରୀ ଗମାଙ୍ଗ ତାଙ୍କ ସ୍ତ୍ରୀ ପୂର୍ବତନ କୋରାପୁଟ ଲୋକସଭା ସାଂସଦ ତଥା ଗୁଣୁପୁର ବିଧାୟିକା ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ଦିଲ୍ଲୀ ଯାଇ କଂଗ୍ରେସରେ ପୁନର୍ବାର ମିଶିଥିବାବେଳେ ସେମାନେ କୁଆଡେ ଗୁଣୁପୁର ବିଧାନସଭା ପାଇଁ ହେମା ଗମାଙ୍ଗ ଏବଂ ଶିଶିର ପାଇଁ ନବରଙ୍ଗପୁର ଲୋକସଭା ସାଂସଦ ପାଇଁ ଦାବିଦାର ଥିବା ଚର୍ଚ୍ଚାର ବିଷୟ ଥିଲା । ହେଲେ କାହିରିକୁ ଦଳ ପ୍ରାର୍ଥୀ ଭାବେ ଚୟନ କଲା ନାହିଁ । ସମ୍ପୂର୍ଣ୍ଣ ପରିବାର ଯାଇ ଦଳରେ ମିଶିବା ସତ୍ତ୍ବେ ଦଳ କେହି ଜଣକୁ ହେଲେ ଟିକେଟ୍ ପ୍ରଦାନ ନକରିବା ଏଠି ପ୍ରଶ୍ନ ସୃଷ୍ଟି କରୁଛି ଯେ, କଣ ସେମାନଙ୍କ ପାରିବାପଣିଆ ଉପରେ ଦଳର ସନ୍ଦେହ ରହିଛି କି?

ଡ଼କ୍ଟର ଗିରିଧାରୀ ପରିବାରର ସବୁ ଚର୍ଚ୍ଚାକୁ ପଛରେ ପକାଇ ନବାଗତ ସତ୍ୟଜିତ ଗମାଙ୍ଗ ଙ୍କୁ ରାଜ୍ୟ କଂଗ୍ରେସ ର ଗୁଣୁପୁର ବିଧାନସଭା ପ୍ରାର୍ଥୀ ଭାବେ ଆଜି ଟିକେଟ୍ ପ୍ରଦାନ କରିଛି । ଏପରିକି ବିଆରଏସ୍ ଛାଡି କଂଗ୍ରେସରେ ଯୋଗଦେଇଥିବା ଜୟରାମ ପାଙ୍ଗିଙ୍କୁ ମଧ୍ୟ ଆଡ ଆଖିରେ ଚାହିଁନି ଦଳ । ସତ୍ୟଜିତ୍ ଗମାଙ୍ଗ ଡ଼କ୍ଟର ଗମାଙ୍ଗଙ୍କ ପୁତୁରା ଅଟନ୍ତି ।

ଅନ୍ୟପଟେ ସିପିଏମ୍ଆଇଏଲ୍ ଲିବେରାସନ ର ପ୍ରାର୍ଥୀ ଅନାସିମ ଶବର ମଧ୍ୟ ନିଜ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ରାଜ୍ୟ କଂଗ୍ରେସ ତଥା ବର୍ତ୍ତମାନ ର ସାଂସଦ ସପ୍ତଗିରି ଉଲ୍ଲକାଙ୍କ ଗୋଟି ଚାଳନା ଯୋଗୁଁ ଡ଼କ୍ଟର ଗିରିଧାରୀ ଗମାଙ୍ଗଙ୍କ ପାରିବାରିକ ରାଜନୀତିର ଏକ ପ୍ରକାର ପୁର୍ଣ୍ଣଛେଦ ପଡିଛି ।

ରାୟଗଡା ରାଜନୀତିର ପ୍ରମୁଖ ତଥା ଚର୍ଚ୍ଚିତ ବିଧାନସଭା ହେଉଛି ଗୁଣୁପୁର ବିଧାନସଭା ଆସନ । ଏହି ଆସନରେ ୨୪ ର ମହାଲଢେଇରେ ବିଜୁ ଜନତା ଦଳର ରଘୁନାଥ ଗମାଙ୍ଗ ଭାରତୀୟ ଜନତା ପାର୍ଟର ତ୍ରିନାଥ ଗମାଙ୍ଗ ଏବଂ କଂଗ୍ରେସ ର ସତ୍ୟଜିତ ଗମାଙ୍ଗଙ୍କ ମଧ୍ୟ ରେ ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ଦେଖାଯାଉ ୨୦୨୪ ମହାଲଢେଇରେ କିଏ ଗୁଣୁପୁର ଆସନରୁ ବାଜିମାତ୍ କରୁଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button