ଖେଳ ଖବର

୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡିର ଭୌମିକ – Sahana Mela

[ad_1]


କଳାହାଣ୍ଡି: ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯଗିତା ଜମ୍ମୁ ବିଶ୍ୱ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରୁ ଜଣେ ଖେଳାଳୀ ଓ ଜଣେ ଅଫିସିଆଲ ସହିତ ୩୯ ଜଣ ଓଡ଼ିଶା ଦଳରେ ସାମିଲ ଥିଲେ। କଳାହାଣ୍ଡିର ଭୌମିକ ଭାରଦ୍ୱାଜ ଭୋଇ ପାରମ୍ପରିକ ତାଓଲୁ ବିଭାଗରେ କାଂସ୍ୟ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏଥିରେ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ।

କୃଷ୍ଣ ଚନ୍ଦ୍ର ସାହୁ ଓଡିଶା ଟିମ ମ୍ୟାନେଜେର ଭାବେ ଦାୟିତ୍ୱରେ ଥିଲେ। ଖେଳାଳିଙ୍କୁ ରାଜ୍ୟ ଉଷୁ ସଂଘର ଅଧ୍ୟକ୍ଷ ଇ. ଏସ୍ଏସ୍ ହରିଚନ୍ଦନ, ସଭାପତି ବିଷ୍ଣୁ ମୋହନ ମହାନ୍ତି, ସାଧାରଣ ସମ୍ପାଦକ ଯୁବରାଜ ହରିଚନ୍ଦନ କଳାହାଣ୍ଡି ଜିଲ୍ଲା ଉଷୁ ସଭାପତି ଜତେନ୍ଦ୍ର ସାହୁ ଉପସଭାପତି ଚିଣ୍ଟୁ ପ୍ରସାଦ ନାଏକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଜିଲ୍ଲା କ୍ରୀଡ଼ା ଅଧୂକାରୀ ରମେଶ ଚନ୍ଦ୍ର ପାଢ଼ୀ ଓ ଭିଭିନ୍ନ କ୍ରୀଡା ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ା ପ୍ରେମୀ ପ୍ରମୁଖ ପଦକ ବିଜେତାଙ୍କୁ କେସିଙ୍ଗା ରେଳ ଷ୍ଟେସନରେ ସମ୍ବର୍ଦ୍ଧନା ଶୁଭେଚ୍ଛା ଜଣାଇଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button