ଖେଳ ଖବର

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ଶେଷ ଅଧିବେଶନ – Sahana Mela

[ad_1]

ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଗୃହରେ ଅଭିଭାଷଣ ରଖି ଗୃହକାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟରେ କିପରି ସରକାରଙ୍କ ନେତୃତ୍ୱରେ ସଫଳତା ପରେ ସଫଳତା ମିଳିଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପରେ ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବିଧାନସଭା ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି କହିଛନ୍ତି, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ, ନୂଆ-ଓ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେହିପରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାର । ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପାଇଁ ଉଦ୍ୟମ ଚାଲିଛି I ଫଳରେ ବିଦେଶୀ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି I ସେପଟେ ମିଲେଟ ମିଶନକୁ ସରକାର ଗୁରୁତ୍ତ୍ଵ ଦେଇଛନ୍ତି I ଫାଇଭ୍‌-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ବୋଲି ରାଜ୍ୟପାଳ କହିଛନ୍ତି ।

୦୨୨-୨୩ରେ ୬.୦୩ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ଦିଆଯାଇଛି। ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮. ୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି। ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି। ଅନ୍ତୋଦ୍ବୟ ଅନ୍ନ ଯୋଜନାରେ ମାସିକ ୩୫କେଜି ଚାଉଳ ମାଗଣା ମିଳୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାକୁ ରାଜ୍ୟ ଚାଉଳ ଦେଉଛି। ୩.୧୫ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି। ୧୭.୧୧ ଲକ୍ଷ ଚାଷୀଙ୍କଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି। ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି। ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି। ସମୟ ପୂର୍ବରୁ ଘର ସରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି। ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ବପ୍ନ ସାକର ପାଇଁ ମୋ ଘର ଆରମ୍ଭ ହୋଇଛି। ଆମ ଓଡିଶା ନବୀନ ଓଡିଶାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଛି। ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି। ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବ। ନ୍ୟୁୟର୍କ , ଟୋକିଓ , ସିଙ୍ଗାପୁର ଭଳି ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଚାଲିଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ଦ୍ବିତୀୟ ସହର। ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button