କଂଗ୍ରେସ ଛାଡିଲେ ବାପି ସର୍ଖେଲ – Sahana Mela

[ad_1]
ଭୁବନେଶ୍ୱର : କଂଗ୍ରେସ ଛାଡିଲେ ବାପି ସର୍ଖେଲ । ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ନିଜର ନିଷ୍ପତ୍ତି ଜଣାଇଛନ୍ତି । ତେବେ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ରହିବ ସେ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଲୋକଙ୍କ ପାଇଁ ସେବା ଜାରି ରଖିବି ବୋଲି ସେ କହିଛନ୍ତି । ୨୦୧୯ରେ ସେ ପାରାଦୀପରୁ କଂଗ୍ରେସ ଟିକେଟରେ ସେ ନିର୍ବାଚନ ଲଢିଥିଲେ । କିଛିଦିନ ତଳେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ଯୋଗ ଦେଇଛନ୍ତି । ଏହି ସମୟରେ ବାପି ସର୍ଖେଲଙ୍କୁ ମଧ୍ୟ ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା । କୁହାଯାଉଥିଲା ସେ ଖୁବ ଶୀଘ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇ ପାରନ୍ତି I ତେବେ କଂଗ୍ରେସରୁ ବାପି ସର୍ଖେଲଙ୍କ ଇସ୍ତଫା ପରେ ଚର୍ଚ୍ଚା ବଢିଛି । କିନ୍ତୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ କରି ନାହାନ୍ତି ବାପି ସର୍ଖେଲ I ବାପି ସର୍ଖେଲଙ୍କ ପତ୍ନୀ କିନ୍ତୁ ବିଜେଡିରେ ସାମିଲ ହେବା ପରେ ପାରାଦୀପ ରାଜନୀତି ଜୋର ଧରିଛି ।
[ad_2]