ଦେଶ- ବିଦେଶ

୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ.. – Sahana Mela

[ad_1]


ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରା ନଗର ହାବେଳୀର ୬ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ୱାଲିଅର ଆସନରୁ ପ୍ରବୀଣ ପାଠକ, ମୁରୈନାରୁ ସତ୍ୟପାଲ ସିଂ ସିକୱାର ଓ ଖାଣ୍ଡବାରୁ ନରେନ୍ଦ୍ର ପଟେଲଙ୍କୁ ଟିକେଟ ଦେଇଛି କଂଗ୍ରେସ ।

ସେହିପରି ଉତ୍ତର ଗୋଆରୁ ରାମକାନ୍ତ ଖଲାପ, ଦକ୍ଷିଣ ଗୋଆରୁ ବିରିୟାଟୋ ଫର୍ଣ୍ଣାଣ୍ଡିସ ପାର୍ଥୀ ବାଛିଥିବା ବେଳେ ଦାଦ୍ରା ନଗର ହାବେଳୀରୁ ଅଜୀତ ରାମଜୀଭାଇ ମହଲାଙ୍କୁ ପାର୍ଥୀ କରିଛି କଂଗ୍ରେସ ।

ଏହାପୂର୍ବରୁ କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଗତ ଗୁରୁବାର ତଥା ଏପ୍ରିଲ ୪ ତାରିଖରେ ୧୩ତମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏହି ତାଲିକାରେ ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ଏବଂ ଏହି ତିନି ପ୍ରାର୍ଥୀ ଗୁଜରାଟର ଲୋକସଭା ନିର୍ବାଚନମଣ୍ଡଳୀରୁ (ସୁରେନ୍ଦ୍ରନଗର, ଜୁନାଗଡ ଏବଂ ଭଦୋଦରା) ଟିକେଟ ପାଇଥିଲେ । ସୁରେନ୍ଦ୍ରନଗରରୁ ରିତ୍ଵିକ୍ ଭୋଇ ମାକୱାନା, ଜୁନାଗଡରୁ ହୀରା ଭୋଇ ଜଟୱା ଏବଂ ଭଦୋଦାରୁ ଜସପାଲ ସିଂ ପାଡିୟାରଙ୍କୁ ଟିକେଟ୍ ମିଳିଥିଲା ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଏପର୍ଯ୍ୟନ୍ତ ତା’ର ୧୪ଟି ପାର୍ଥୀ ତାଲିକାରେ ମୋଟ ୨୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦେଶର ୧୮ ତମ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଏପ୍ରିଲ ୧୯ ରୁ ଆରମ୍ଭ ହେବ। ଏପ୍ରିଲ୍ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ରେ ମୋଟ ୬ଟି ପର୍ଯ୍ୟାୟରେ ମତଦାନ କରାଯିବ । ଜୁନ୍ ୪, ୨୦୨୪ରେ ଭୋଟ୍ ଗଣନା କରାଯିବ।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button