ରାଜନୀତି

ନୱାଡାରେ ଗର୍ଜିଲେ ମୋଦୀ, କହିଲେ ଦେଶରୁ ଗରିବ ଦୂରିକରଣ କରିବା ମୋଦୀର ଗୋଟିଏ ମିଶନ – Sahana Mela

[ad_1]


ପାଟନା: ରବିବାର ପ୍ରଧାନମନ୍ତ୍ରୀ ବିହାରର ନୱାଡା ଜିଲ୍ଲାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଜେଡି, କଂଗ୍ରେସ ସମେତ ସମଗ୍ର ମହାସଂଘ ଉପରେ ଆକ୍ରମଣ କରିଛନ୍ତି। ଏହାସହ ସେ ବିଜେପି ପ୍ରାର୍ଥୀ ବିବେକ ଠାକୁରଙ୍କ ସମର୍ଥନରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ବିହାରରେ ନିର୍ବାଚନୀ ରାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି। ଏଠାରେ ମୋଦୀ ବିକାଶକୁ ଏକ ନିର୍ବାଚନ ପ୍ରସଙ୍ଗ କରିଛନ୍ତି। ମୋଦି କହିଛନ୍ତି, ‘ମଉଜ କରିବାକୁ ମୋଦୀ ଜନ୍ମ ହୋଇନାହିଁ। ମୋର କେବଳ ଗୋଟିଏ ମିଶନ, ତାହା ହେଉଛି ଦେଶରୁ ଗରିବ ଦୂରିକରଣ କରିବା’। ଦୁର୍ନୀତିଗ୍ରସ୍ତଙ୍କଠାରୁ ମୁକ୍ତି ପାଇବା ପାଇଁ ଇଣ୍ଡିଆ ମିଳିତ ମଞ୍ଚ ଗଠନ କରାଯାଇଛି। ଆମେ କହୁଛୁ ଦୁର୍ନୀତି ହଟାନ୍ତୁ, ସେମାନେ କହିଛନ୍ତି ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାନ୍ତୁ। କଂଗ୍ରେସ-ଆରଜେଡି ଗୋଟିଏ ବି ଭୋଟ୍ ପାଇବାକୁ ହକଦାର ନୁହେଁ ବେଲି କହିଛନ୍ତି ମେଦୀ।

ମୋଦି ଆହୁରି କହିଛନ୍ତି, ଆମେ ୧୦ବର୍ଷରେ ଯେତିକି ହାସଲ କରିଛୁ ସେତିକି ସ୍ବାଧୀନତା ପରେ ୬୦ବର୍ଷରେ ସେତିକି କରିପାରି ନଥିଲୁ। ଇଣ୍ଡିଆ ମେଣ୍ଟ ମୋଦିର ଗ୍ୟାରେଣ୍ଟିକୁ ନେଇ ଚିନ୍ତାରେ ଅଛି। ଗତ ୧୦ ବର୍ଷ ମଧ୍ୟରେ ବିହାରର ଲୋକମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ନିଷ୍ପତ୍ତି ଦେଖିଛନ୍ତି। ଆଜି ବିହାରରେ ଆଧୁନିକ କାର୍ଯ୍ୟ କରାଯାଉଛି। ଲୋକମାନେ କୁହନ୍ତି ଯେ ମୁଁ ବହୁତ କାମ କରିଛି କିନ୍ତୁ ମୋଦୀ କହୁଛି ଯେ ଏହା କେବଳ ଏକ ଟ୍ରେଲର। ଆଗକୁ ଆହୁରୀ କାମ କରିବା ବାକି ଅଛି। ବିହାରରେ ପ୍ରାୟ ୧.୨୫ କୋଟି ହେଉଛି ଉଜ୍ଜ୍ବଲା ମୋଦୀର ଗ୍ୟାରେଣ୍ଟି। ବିହାରର ୫.୫ କୋଟି ଲୋକ ରାସନ ପାଇଛନ୍ତି, ଏହା ହେଉଛି ମୋଦୀର ଗ୍ୟାରେଣ୍ଟି। ତୃତୀୟ ଅବଧିରେ ଅଧିକ ଗ୍ୟାରେଣ୍ଟି ଆସିବ। ଗାଁର ଭଉଣୀମାନଙ୍କୁ କୋଟିପତି କରିବ। ମୋଦୀ ଗ୍ୟାରେଣ୍ଟି ଦିଏ କାରଣ ସେ ଗ୍ୟାରେଣ୍ଟି ପୂରଣ କରିବା ପାଇଁ କଠିନ ପରିଶ୍ରମ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button