ରାଜନୀତି

ବିଜେପି ପ୍ରାର୍ଥୀ କଙ୍ଗନା ରଣାଓ୍ବତଙ୍କ ବିରୋଧରେ କଂଗ୍ରେସ ଆଣିଲା ସଂଙ୍ଗୀନ ଅଭିଯୋଗ – Sahana Mela

[ad_1]


ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ମାନେ ଖୁବ୍ ତତ୍ପର ହେଉଛନ୍ତି । ଠିକ୍ ଏହି ସମୟରେ ବଲିଉଡ କୁଇନ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଦେଖିବାକୁ ମିଳୁଛି । ବିଜେପି ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍‌ ଦେଇଛି । କଙ୍ଗନା ରଣାଓ୍ବତ ଏବେ ନିର୍ବାଚନୀ ମଇଦାନରେ ବେସ ସକ୍ରିୟ ଅଛନ୍ତି ।ମଇଦାନକୁ ପ୍ରଚାର ପାଇଁ ଓହ୍ଲାଇବାର କିଛି ସମୟ ଭିତରେ ବିବାଦୀୟ କୁଇନଙ୍କ ନାଁରେ ବିବାଦର କବାଟ ଛିଡା ହୋଇଛି। କିଛିଦିନ ତଳେ କଂଗ୍ରେସ ମୂଖପାତ୍ର ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କୁ କିଛି ଆପତ୍ତିଜନକ ବୟାନ ଦେଇଥିଲେ।ପରେ କଙ୍ଗନା ଏହି ବୟାନର ଜବାବ ସଦୃଶ କଂଗ୍ରେସ ନେତା ରାହୁଲଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ।

କିନ୍ତୁ ବର୍ତମାନ ଜଣେ କଂଗ୍ରେସ ନେତା କଙ୍ଗନାଙ୍କ ଉପରେ ଏକ ଆରୋପ ଲଗାଇଛନ୍ତି , ସେ କହିଛନ୍ତି କଙ୍ଗନା ଗୋମାଂସ ଖାଉଛନ୍ତି, ତେବେ ବିଜେପି ତାଙ୍କୁ କିପରି ଟିକେଟ୍‌ ଦେଇଛି। କଂଗ୍ରେସ ନେତା ବିଜୟ ବଡେଟ୍ଟିୱାର ଅଭିଯୋଗ କରି କହିଛନ୍ତି ଯେ,ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ନିକଟରେ କହିଥିଲେ ସେ ଗୋମାଂସ ଖାଆନ୍ତି ଏବଂ ଗୋମାଂସ ତାଙ୍କୁ ପସନ୍ଦ । ଯାହା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ମଧ୍ୟ ବିଜେପି ତାଙ୍କୁ କେମିତି ଟିକେଟ ଦେଇ ପ୍ରାର୍ଥୀ କରିଛି। ସେହିପରି ଅନ୍ୟପଟେ କଂଗ୍ରେସ ନେତାଙ୍କ ଏହିଭଳି ମନ୍ତବ୍ୟରେ ଉତ୍ତର ଦେଇଛି ବିଜେପି । ବିଜେପିର ମୁଖପାତ୍ର କେଶବ ଉପାଧ୍ୟାୟ ତାଙ୍କ ଉତ୍ତରରେ ରଖିଛନ୍ତି, କଂଗ୍ରେସ ଯେଉଁ ଆରୋପ ଆଣିଛି ,ତାହା ତା’ର ନୀଚ ମନଭାବକୁ ଦର୍ଶାଉଛି। ସେ ଆମ ସହ ଲଢେଇ କରିପାରିବେ ନାହିଁ। ତେଣୁ ଏହିଭଳି କିଛି ପ୍ରସଙ୍ଗ ଆଣି ନିଜର ବିଜୟୀର ଆଶାକୁ ସୃଦୁଢ କରିପାରିବ ବୋଲି ଭାବୁଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button