ଦେଶ- ବିଦେଶ

ମିଳିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍ – Sahana Mela

[ad_1]


ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣାସୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚୁନର କାର ଚୋରି ହୋଇଥିବା ବେଳେ ଆଜି ସେହି କାରକୁ ଉଦ୍ଧାର କରିଛି ପୋଲିସ । ଗତ ୧୫ ଦିନ ହେବ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଏକ ଫର୍ଚୁନ କାର୍‌ ଚୋରି ହୋଇଯାଇଥିଲା । ଚୋରି ପରେ ଉକ୍ତ କାରରେ ଅଭିଯୁକ୍ତମାନେ ୧୫ ଦିନରେ ୯ ଟି ସହର ବୁଲିଛନ୍ତି । ଏହି ମାଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପୋଲିସର କହିବା ଅନୁସାରେ, କାରରେ ଏମ୍‌ପିଙ୍କର ଏକ ଷ୍ଟିକର ଥିବାରୁ ଏହାର ଅପବ୍ୟବହାର ହେବାର ସମ୍ଭାବନା ଥିଲା। କିନ୍ତୁ ଅଭିଯୁକ୍ତ ଉକ୍ତ ଗାଡିର ନମ୍ବର ପ୍ଲେଟ ବଦଳାଇଥିଲେ। ଏହା ପରେ ଆଲିଗଡ, ଲଖିମପୁର ଖେରୀ, ବରେଲି, ସୀତାପୁର ଏବଂ ଲକ୍ଷ୍ନୌ ଦେଇ ବାରାଣସୀରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ଏହି କାର୍‌କୁ ନାଗାଲାଣ୍ଡ ପଠାଇବା ପାଇଁ ଯୋଜନା କରିଥିଲେ।

ସୂଚନା ଅନୁସାରେ, ମାର୍ଚ୍ଚ ୧୯ରେ ଦକ୍ଷିଣ ପୂର୍ବ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି ହୋଇଥିଲା । ଅଭିଯୁକ୍ତମାନେ କାର ଚୋରି କରିବାକୁ କ୍ରେଟା କାରରେ ଆସିଥିଲେ। ଚୋରି କରିବା ପରେ ଡ୍ରାଇଭର ଗୋବିନ୍ଦପୁରୀର ସର୍ଭିସ ସେଣ୍ଟରରେ କାର ଦେଇଥିଲେ । ସେଠାରେ କାରର ନମ୍ବର ପ୍ଲେଟକୁ ବଦଳାଇ ବାରାଣାସୀରେ ପହଞ୍ଚିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button