ଦେଶ- ବିଦେଶ

ଆଦିବାସୀଙ୍କୁ ସେମାନଙ୍କ ହକ୍ ମିଳିବା ଦରକାର: ରାହୁଲ ଗାନ୍ଧୀ – Sahana Mela

[ad_1]


ଭୋପାଲ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶର ସେଓନିରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ଯେ, ଆଦିବାସୀଙ୍କୁ ସେମାନଙ୍କ ସ୍ଵାଧିନତା ମିଳିବା ନିହାତି ଆବଶ୍ୟକ । ପହଞ୍ଚିଥିଲେ ଅର୍ଥାତ୍ 8 ଏପ୍ରିଲରେ। ସେ କହିଛନ୍ତି ଯେ ଆଦିବାସୀ ଏକ ବିଚାରଧାର । ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଏବଂ ଜମି ଉପରେ ପ୍ରଥମ ଅଧିକାର ଅଛି | ଦେଶର କୌଣସି କମ୍ପାନୀର ଟପ୍ ମ୍ୟାନେଜମେଣ୍ଟରେ କୌଣସି ଆଦିବାସୀ ନାହାଁନ୍ତି । ମିଡିଆ ହାଉସରେ କୌଣସି ଆଦିବାସୀ ସାମ୍ବାଦିକ ନାହାଁନ୍ତି । ଟେଲିଭିଜନ ଚ୍ୟାନେଲରେ କୌଣସି ଟିଭି ଆଙ୍କର୍ ଆଦିବାସୀ ନୁହଁନ୍ତି । କଂଗ୍ରେସ ଆଦିବାସୀମାନଙ୍କ ପାଇଁ ପେସା ଆକ୍ଟ ଆଣିଛି । ଆମେ ମାନେ ଗରିବ ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଦେଉଛୁ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଜି କୃଷକମାନେ ସେମାନଙ୍କ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ଚାହୁଁଛନ୍ତି। ବିଜେପି ସରକାର ଫସଲ ପାଇଁ ସଠିକ୍ ମୂଲ୍ୟ ଦେଉନାହାଁନ୍ତି । ଫସଲର ସଠିକ୍ ମୂଲ୍ୟ ପାଇବାକୁ କଂଗ୍ରେସ ଆଇନ ଅନୁଯାୟୀ ଫସଲର ଏମଏସପି ଦେବ। ଆମେ ଏକ ନୂତନ ସିଷ୍ଟମ୍ ସୃଷ୍ଟି କରିବୁ । ଯାହାଦ୍ଵାରା ସ୍ଥାନୀୟ ସ୍ତରରେ ସରକାର ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ଚିକ୍ତିଭିତ୍ତିକ ଚାକିରର ସମାପ୍ତ ହେବ । ଯାହାଦ୍ଵାରା ଆପଣମାନେ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ମଧ୍ୟ ସ୍ଥାୟୀ ଚାକିରି ପାଇ ପାରିବେ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ଦୁଇ ଭାବଗରେ ବଣ୍ଟା ଯାଇଛି । ଗୋଟିଏ ଧନୀମାନଙ୍କ ପାଇଁ ଏବଂ ଗୋଟିଏ ଗରିବଙ୍କ ପାଇଁ । ଗରିବମାନଙ୍କ ପାଇଁ ସ୍କୁଲ, କଲେଜ କିମ୍ବା ରୋଜଗାରରେ କୌଣସି ସୁବିଧା ନାହିଁ । ଯଦି ଧନୀମାନଙ୍କ ଋଣ ଛାଡ କରାଯାଉଛି, ତେବେ କୃଷକ ମାନଙ୍କର ମଧ୍ୟ ଋଣ ଛାଡ କରାଯିବା ଉଚିତ୍ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ପେପର ଲିକ୍ ମାମଲାରେ କଡା ଆଇନ ହେବ । ଯିଏ ଏଥିରେ ଦୋଷୀ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଚାଷୀଙ୍କ ଋଣ ଛାଡ କରାଯିବ। କୃଷକମାନେ ଏମଏସପି ପାଇବେ। ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ଦିଆଯିବ । ଯଦି କୃଷକଙ୍କ ଫସଲ ନଷ୍ଟ ହୋଇଯାଏ, ଆମେ ତିରିଶ ଦିନ ମଧ୍ୟରେ ସେମାନଙ୍କୁ ବୀମା ଟଙ୍କା ଦେବୁ ।



[ad_2]

Leave a Reply

Your email address will not be published. Required fields are marked *

Back to top button