ବନ୍ଧୁକଦେଖାଇ ଦୁଇ ଭାଇଙ୍କ ଠାରୁ ଲୁଟ୍ – Sahana Mela

[ad_1]
ଭୁବନେଶ୍ୱର : ବନ୍ଧୁକଦେଖାଇ ଦୁଇ ଭାଇଙ୍କ ଠାରୁ ଚେନ୍ ଓ ଗୋଟିଏ ବ୍ରେସ୍ଲେଟ୍ ଲୁଟିଲେ ଦୃବୁକ୍ତ l ଏପରି ଘଟଣା ପୁରୁଣା ଭୁବନେଶ୍ୱରରେ ଘଟିଛି l
ସୂଚନାନୁସାରେ , ଭୁବନେଶ୍ୱରରେ ଘଟିଛି ଏକ ଅବିଶ୍ୱ ସନୀୟ ଲୁଟ୍ । ରାତି ପ୍ରାୟ ୧୦ଟା ବେଳେ ଏକ ଦୋକାନରେ ପଶି ଜଣେ ବନ୍ଧୁକଧରୀ ଦୁଇ ଭାଇଙ୍କଠାରୁ ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍ଲେଟ୍ ମୋଟ୍ ୫୪ ଗ୍ରାମ୍ ଲୁଟି ନେଇଛନ୍ତି । ଜନଗହଳିପୂର୍ଣ୍ଣ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍ ଲାଇବ୍ରେରି ନିକଟରେ ଘଟିଛି ଏହି ଘଟଣା । ଲୁଟ୍ର ଶିକାର ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚକରି ଦୁର୍ବୃତ୍ତକୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି । ସତ୍ୟାନନ୍ଦଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ବାଜିସାରିଥିଲା । ସେ ଓ ତାଙ୍କ ଭାଇ ଶତୃଘ୍ନ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିଲେ। ହଠାତ୍ ଦୋକାନ ଭିତରକୁ ଜଣେ ଯୁବକ ପଶିଆସିଥିଲା। ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ପ୍ରଥମେ ସତ୍ୟାନନ୍ଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଇଥିଲେ । ଏତିକିବେଳେ ଶତୃଘ୍ନ ପ୍ରତିରୋଧ କରିବାକୁ ଉଦ୍ୟମ କରିବା ଦେଖି ଦୁର୍ବୃତ୍ତ ଧମକାଇଥିଲା । ଚୁପ୍ଚାପ ଠିଆ ନହେଲେ ଗୁଳି ଚଳାଇଦେବ ବୋଲି କହିଥିଲା । ଏହାପରେ ସେ ଚେନ୍ ଓ ବ୍ରେସ୍ଲେଟ୍ ଖୋଲିବାକୁ କହିଥିଲେ । ଭୟରେ ଦୁଇ ଭାଇ ନିଜ ନିଜ ଚେନ୍ ଓ ବ୍ରେସ୍ଲେଟ୍ ଖୋଲି ଦୁର୍ବୃତ୍ତର ବାମ ହାତକୁ ବଢ଼ାଇଦେଇଥିଲେ । ପକେଟ୍ରେ ଗହଣା ତକ ପୂରାଇବା ପରେ ଦୁର୍ବୃତ୍ତ ଦୋକାନ ବାହାରକୁ ଧାଇଁଥିଲା । ପଛେ ପଛେ ଶତୃଘ୍ନ ଓ ସତ୍ୟାନନ୍ଦ ଦୋକାନ ବାହାରକୁ ବାହାରିଆସିବା ବେଳକୁ ଦୁର୍ବୃତ୍ତଜଣଙ୍କ ପଲ୍ସର ଧରି ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ପାଖକୁ ଦୌଡ଼ୁଥିଲା । କିନ୍ତୁ ବନ୍ଧୁକଧାରୀ ଦୁର୍ବୃତ୍ତ ବାଇକ୍ ପଛରେ ବସିବା ପୂର୍ବରୁ ଶତୃଘ୍ନ ଦୋକାନ ଆଗରେ ଥିବା ଏକ ଟିଣ ଡବା ଫୋପାଡ଼ିଥିଲେ । ଟିଣ ଡବା ପିଠିରେ ବାଜିବାରୁ ବନ୍ଧୁକଧାରୀ ଦୁର୍ବୃତ୍ତ ବାଇକ୍ ପଛରେ ବସିପାରିନଥିଲା। ବାଇକ୍ ଚଳାଉଥିବା ଦୁର୍ବୃତ୍ତ ବେଗ ବଢ଼ାଇ ପଳାଇଥିଲା ଏବଂ ବନ୍ଧୁକଧାରୀ ପାଚେରି ଡେଇଁ ରାମକୃଷ୍ଣ ମିସନ୍ ପରିସରକୁ ପଶିଯାଇଥିଲା। ଦୁଇ ଭାଇ ତାକୁ ଅନ୍ଧାର ଭିତରେ ପିଛା କରିବାକୁ ସାହସ କରିପାରିନଥିଲେ। ସେମାନେ ପିସିଆର୍କୁ ଫୋନ୍ କରିଥିଲେ। କିନ୍ତୁ ପୁଲିସ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହୋଇଥିବାରୁ ଦୃବୁକତା ମାନେ ସେଠାରୁ ଚମ୍ପଟ ମାରିଥିଲେ ।
[ad_2]