ରାଜ୍ୟ

CISF jawan: ଦୁଇ CISF ଯବାନଙ୍କ ଦବଙ୍ଗଗିରି, ସମୁଦ୍ର ଉପକୂଳକୁ ଯିବାକୁ ବାରଣ କରିବାରୁ ପୋଲିସକୁ ପିଟିଲେ

ଦୁଇ CISF ଯବାନଙ୍କ ଦବଙ୍ଗଗିରି । ବିଳମ୍ୱିତ ରାତିରେ ସମୁଦ୍ର ଉପକୂଳକୁ ଯିବାକୁ ବାରଣ କରିବାରୁ ଖାକି ବର୍ଦ୍ଦିକୁ ଚିରିଦେଲେ । ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଘଟିଛି ଘଟଣା । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ନିରାପତ୍ତାକୁ ଦୃଷ୍ଟିରେ ରଖି ରାତି ୧୦ଟା ପରେ ସମୁଦ୍ର କୂଳକୁ ନଯିବା ପାଇଁ ବାରଣ କରିଛି ଜଟାଧାରୀ ମୁହାଁଣ ସାମୁଦ୍ରିକ ଥାନା ।

ସୂଚନା ମୁତାବକ, ବେଳାଭୂମିରେ ସାମୁଦ୍ରିକ ଥାନାର କିଛି ଷ୍ଟାଫ୍ ଲୋକଙ୍କୁ ସମୁଦ୍ର କୂଳକୁ ନଯିବା ପାଇଁ ବାରଣ କରୁଥିଲେ। ଏହି ସମୟରେ ନିଶାଶକ୍ତ ଅବସ୍ଥାରେ ପରିବାର ସହ ବୁଲିବାକୁ ଆସିଥିଲେ ଜଣେ ସିଆଇଏସଏଫ ଯବାନ । ପୋଲିସ ସମୁଦ୍ର ନିକଟକୁ ଯିବାକୁ ବାରଣ କରିବାରୁ ପାଟିତୁଣ୍ଡ କରିବା ସହ ଧସ୍ତାଧସ୍ତି କରିଥିଲେ ଯବାନ। ଏହାସହ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ବର୍ଦ୍ଦିକୁ ମଧ୍ୟ ଚିରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଦୁଇ CISF ଯବାନଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ସୋମନଙ୍କ ବିରୋଧରେ ଦୃଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ଅତିରିକ୍ତ ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button