ମନୋରଞ୍ଜନ

ରାଜମୌଲିଙ୍କ ଫିଲ୍ମରେ ନଜର ଆସିବେ ଦଙ୍ଗଲ ହିରୋ – Sahana Mela

[ad_1]


ମୁମ୍ବାଇ: ଦଙ୍ଗଲ ହିରୋ ଏବେ  ବଡ ପରଦାରୁ ଦୂରରେ ଅଛନ୍ତି । ଅମୀର ଖାନ୍ ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ  ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଯାହା  ଖବର ରହିଛି,  ଅମୀର ଖାନ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସ.ଏସ୍ ରାଜମୌଲିଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବରୁ ମୁମ୍ବାଇରେ ରାଜମୌଲି ଏବଂ ଅମୀର ଖାନ  ସିକ୍ରେଟ ମିଟିଂ କରିଥିଲେ । ତେବେ ମିଟିଂ ପରେ ଚର୍ଚ୍ଚା ହେଉଛି ରାଜମୌଲି ଏବଂ ମହେଶ ବାବୁଙ୍କ ଫିଲ୍ମ SSMB29  ରେ  ପାଇଁ ଅମୀର ଖାନ ସାଇନ୍ କରିପାରନ୍ତି। କିନ୍ତୁ ଏହା କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସୁଚନା ଅନୁଯାଇ  SSMB29 ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ  ଅମୀର ଖାନଙ୍କୁ ଅପ୍ରୋଚ କରିଛନ୍ତି ରାଜମୌଲି।

ଯଦି ଖବର ଟି  ସତ ହୋଇଥାଏ ତେବେ ଅମୀରଙ୍କ  ଫ୍ୟାନ୍ସମାନଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ହେବ। ଏକ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମ ଦେଶର ସବୁଠାରୁ ଦାମୀ ଫିଲ୍ମ ଭାବରେ ଗଣିତ  କରାଯାଉଛି । ଯାହାର ବଜେଟ୍ ରହିଛି ପ୍ରାୟ ୧୦୦୦ କୋଟି ଟଙ୍କା । ତେବେ ଏବେ କେବେଳ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଅମୀର ରାଜମୌଲିଙ୍କ ଫିଲ୍ମର ଏକ ଅଂଶ ହେବେକି ନାହିଁ।



[ad_2]

Leave a Reply

Your email address will not be published. Required fields are marked *

Back to top button