Toxic Trailer Release : ୟଶଙ୍କ ନୂଆ ଫିଲ୍ମ Toxic ର ଟ୍ରେଲର ରିଲିଜ, ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ୟଶଙ୍କ ଲୁକ୍

କନ୍ନଡ଼ ଅଭିନେତା ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବହୁଦିନର ଅପେକ୍ଷା ପରେ ରିଲିଜ ହୋଇଛି ଟକ୍ସିକର ଟ୍ରେଲର । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ଆସିବା କ୍ଷଣି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ଚାଲିଛି । ଏହାକୁ ଦର୍ଶକଙ୍କ ତରଫରୁ ଭଲ ରେସପନ୍ସ ମିଳିଛି ।
ୟଶଙ୍କ ଅପକମିଂ ଫିଲ୍ମ ଟକ୍ସିକର ଟ୍ରେଲରରେ ଆକ୍ସନ ଦେଖି ଫ୍ୟାନ୍ସ ବିଭୋର ହୋଇଛନ୍ତି । ଟ୍ରେଲରରେ ୟଶଙ୍କ କିଆରା ଆଡ଼ଭାନୀ ଏବଂ ତାରା ସୁତାରିୟା ଉଭୟ ଅଭିନେତ୍ରୀଙ୍କ ସହ କମାଲ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଅଫିଲ୍ମରେ ହାଇ ଆକ୍ସନ ସିକ୍ବେନ୍ସ ସହ ରୋମାନ୍ସ ବି ଭରପୁର ରହିଛି । ଖାଲି ଏତିକି ନୁହେଁ, ଫିଲ୍ମର ଟ୍ରେଲରରେ ସସପେନ୍ସ ଏବଂ ଥ୍ରୀଲର ବି ଜବରଦସ୍ତ ଦେଖିବାକୁ ମିଳିଛି ।
ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ହଲିଉଡ ଭଳି ଆକ୍ସନ ସିନ୍ ଦେଖିବାକୁ ମିଳିଛି । ସସପେନ୍ସ, ଆକ୍ସନ୍ ଏବଂ ରୋମାନ୍ସ ଦେଖି ଏହା ବକ୍ସ ଅଫିସର ପୂର୍ବର ସବୁ ରେକର୍ଡ ଭାଙ୍ଗିଦେବ ବୋଲି ଦର୍ଶକେ ଆକଳନ କରିଛନ୍ତି । ଏହି ଫିଲ୍ମରେ ୟଶ ପିତା ଏବଂ ପୁଅ ଡବଲ୍ ରୋଲରେ ନଜର ଆସିବେ । ଏହା ଏକ ଗ୍ୟାଙ୍ଗଷ୍ଟର ଆକ୍ସନ ଥ୍ରୀଲର ମୁଭି, ଯାହାକୁ ଅନେକ ଭାଷାରେ ରିଲିଜ୍ କରାଯିବ ।
ଏହି ବହୁଭାଷୀ ବିଗ୍-ବଜେଟ୍ ଫିଲ୍ମରେ ୟଶ୍, କିଆରା ଆଡଭାନୀ, ନୟନତାରା, ହୁମା କୁରୈଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ରହିଛନ୍ତି । ୨୬ ଅଗଷ୍ଟ ରେ ଫିଲ୍ମଟି ରିଲିଜ ହେବ । ଫିଲ୍ମଟି କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ।




