ଖେଳ ଖବର

କ୍ୟାପ୍ଟନ୍ କୁଲ ଧୋନି ଫୁଣି ଫେରିଲେ ପୁରୂଣା ଅନନ୍ଦାଜରେ – Sahana Mela

[ad_1]

ନୂଆଦିଲ୍ଲୀ: ଗତ ସୋମବାର ଆଇପିଏଲରେ ମୁହାଁମହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍-କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ  କେକେଆରକୁ ୭ ୱିକେଟ୍ ରେ ପରାସ୍ତ କରିଥିଲା । ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଗତ କାଲି ଟୁର୍ନାମେଣ୍ଟରେ ଜିତିଛି । କୋଲକାତା ନାଇଟ ରାଇଡର୍ସ ୨୦ଓଭରରେ ୯ ୱିକେଟ ହରାଇ ୧୩୭ ରନ ସ୍କୋର କରିପାରଥିଲା । ଚେନ୍ନାଇ କେବଳ ୧୩୮ ରନ୍‌ର ଟାର୍ଗେଟକୁ ରଖି ଖେଳ ଆରମ୍ଭ କରିଥିଲା । ଧୋନି ୧୭ ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ, ସମସ୍ତେ ଭାବିଥିଲେ ଯେ ସେ ମ୍ୟାଚ୍ ଶେଷ କରିବେ।

କିନ୍ତୁ, ଧୋନି ଏକ ନିଷ୍ପତ୍ତି ନେଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଚେନ୍ନାଇ ସୁପର କିଙ୍ଗସ୍ ପ୍ରଶଂସକମାନେ ମାହିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଚାତକ ଭଳି ପଡିଆରେ ଅନେଇ ରହିଥିବାବେଳେ ଧୋନି କରିଥିଲେ ଏମିତି କିଛି । ଚେନ୍ନାଇକୁ ଜିତିବା ପାଇଁ ମାତ୍ର ୩ ରନ୍ ଆବଶ୍ୟକ ଥିଲା। କିନ୍ତୁ ବ୍ୟାଟିଂ କରିବାକୁ ବାହାରିଥିବା ଧୋନି ଶେଷ ବଲକୁ ରକ୍ଷା କରିଥିଲେ ଏବଂ ପରବର୍ତ୍ତୀ ଓଭରରେ ଅଧିନାୟକ ରୁତୁରାଜ ଗାଇକୱାଡଙ୍କୁ ଷ୍ଟ୍ରାଇକ୍ କରିବାର ସୁଯୋଗ ଦେଇଥିଲେ। ଗାଇକୱାଡ ପରବର୍ତ୍ତୀ ବଲରେ ଚୌକା ମାରି ଚେନ୍ନାଇକୁ ଏକ ଚମତ୍କାର ବିଜୟ ପ୍ରଦାନ କରିଥିଲେ |  ଠିକ୍ ଏହିଭଳି ସମାନ ଘଟଣା ୧୦ ବର୍ଷ ପୂର୍ବେ ବିଶ୍ୱକପରେ ଘଟିଥିଲା ।

ଏପରି ଧୋନି ଶେଷ ଓଭରରେ ବିରାଟ କୋହଲିଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ ଯାହା ଫଳରେ କୋହଲି ଚମତ୍କାର ଚୌକା ସହ ଭାରତକୁ ଫାଇନାଲକୁ ନେଇଥିଲେ। କ୍ୟାପଟେନ୍ କୁଲଙ୍କ ଏଭଳି ପୁରୂଣା ଅନନ୍ଦାଜ ଦେଖି ତାଙ୍କ ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ ।

 

[ad_2]

Leave a Reply

Your email address will not be published. Required fields are marked *

Back to top button