ଅପରାଧ

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ – Sahana Mela

[ad_1]


ଭୁବନେଶ୍ୱର: ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ କେରଳ ପୋଲିସ କନ୍ଧମାଳରୁ ଅଭିଯୁକ୍ତକୁ କଲା ଗିରଫ। ଅଭିଯୁକ୍ତ ଜଣଙ୍କ କନ୍ଧମାଳରେ ରଚିଥିଲା ପ୍ରେମ। ପ୍ରେମିକାଙ୍କୁ କେରଳ ନେଇ କଲା ହତ୍ୟା। ଏଭଳି ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଜଣକ କୋଟଗଡ଼ ଥାନା ଅନ୍ତର୍ଗତ ରାଙ୍ଗାପାଙ୍ଗା ଗାଁର ବାସିନ୍ଦା ସାମୁଏଲ ବଡ଼ ମାଝୀ ବୋଲି ଜଣାପଡିଛି।

ସୂଚନା ଅନୁସାରେ ସାମୁଏଲ ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନେ କାମଧନ୍ଦା ଲାଗି କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ରିତିକା ସାହୁଙ୍କର ଅନ୍ୟ କାହାସହ ଅନୈତିକ ସମ୍ପର୍କ ଆରମ୍ଭ ହେଲା। ଅନ୍ୟ କାହା ସହିତ ଫୋନରେ ଅଧିକ କଥାବାର୍ତ୍ତା ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲା। ଏହି ଘଟଣାକୁ ନେଇ ସାମୁଏଲ ବଡ଼ ମାଝୀ ଗତ ୨ ତାରିଖରେ ରିତିକାକୁ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି କନ୍ଧମାଳକୁ ଫେରିଆସିଥିଲା।

ସେଠାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରିତିକାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଜାଣି ପାରି ପରିବାର ଲୋକେ କେରଳ ଯାଇ ସ୍ଥାନୀୟ ଥାନାରେ ଅଭିଯୁକ୍ତ ସାମୁଏଲ ବିରୋଧରେ ଅଭିଯୋଗ କରିଥିଲେ। ରିତିକାଙ୍କ ପିତା ଦେଇଥିବା ଅଭିଯୋଗ ଆଧାରରେ କେରଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କଲା। କେରଳ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡ଼ ମାଝୀକୁ ଧରିବା ପାଇଁ କନ୍ଧମାଳ ଆସିଥିଲା। ଆଉ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଅଭିଯୁକ୍ତକୁ ଗିରଫ କରି କେରଳ ନେଇ ପଳାଇଥିବା ଜଣାଯାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button