ସ୍ୱାସ୍ଥ୍ୟ

ତୁଳସୀ ମଞ୍ଜି ଖାଇଲେ ,ଆଉ ହେବନି ଏହିସବୁ ରୋଗ – Sahana Mela

[ad_1]


ଭୁବନେଶ୍ବର: ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଶରୀର ପାଇଁ ତୁଳସୀ ବେସ ଉପଯୋଗୀ। ଅନେକ ରୋଗର ଚିକିତ୍ସା ପାଇଁ ତୁଳସୀକୁ ବ୍ୟବହାର କରାଯାଏ। କେବଳ ତୁଳସୀ ନୁହଁ ଏହାର ମଞ୍ଜି ମଧ୍ୟ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଯାହା ଆପଣଙ୍କ ରକ୍ତ ଚାପ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ ରଖିଥାଏ। ଏଥିରେ ଭିଟାମିନ ଏ,ସି ,କେ ମଧ୍ୟ ରହିଛି। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍, ,ଆଣ୍ଟି ଭାଇରାଲ ଗୁଣ ରହିଛି ଯାହା ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଯେଉଁ ମହିଳା ମାନଙ୍କର ଋତୁସ୍ରାବ ଜନିତ ସମସ୍ୟା ଦେଖାଦିଏ ସେମାନେ ତୁଳସୀ ମଞ୍ଜିକୁ ଶୁଖାଇ ଗୁଣ୍ଡକରି ସପ୍ତାହକୁ ଦୁଇଥର ଗୋଟିଏ ପାନ ପତ୍ର ସହ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ । ତୁଳସୀ ମଞ୍ଜି ଗର୍ଭବତୀ ମହିଳାଙ୍କ ପାଇଁ ଏକ ବରଦାନ ସଦୃଶ। ଗର୍ଭବତୀ ମହିଳା ଏହାକୁ ଖାଇଲେ କୌଣସି  ସଂକ୍ରମଣର ଭୟ ନଥାଏ।

ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଗର୍ଭାବସ୍ଥାରେ ମହିଳା ମାନଙ୍କୁ ରୋଗ ପ୍ରତିରୋଧ ଶକ୍ତିର ଆବଶ୍ୟକତା ଥାଏ । ତୁଳସୀ ମଞ୍ଜି ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ। ଗର୍ଭାବସ୍ଥାରେ ମହିଳା ମାନଙ୍କୁ ମଧୁମେହ ରୋଗ ହେବାର ବହୁତ ଆଶଙ୍କା ମଧ୍ୟ ଥାଏ । ଏବଂ ଏହି ସମୟରେ ଡାକ୍ତର ମେଡିସିନ୍‌ ଖାଇବାକୁ ବାରଣ କରିଥାନ୍ତି। ତେବେ ଏହି ସମୟରେ ତୁଳସୀ ମଞ୍ଜିକୁ ଖାଇଲେ ଶରୀରର ଗ୍ଲୁକୋଜ ସ୍ତର ନିୟନ୍ତ୍ରିତ ରହିଥାଏ । ଗର୍ଭାବସ୍ଥାରେ ମହିଳାମାନଙ୍କର ଚୁଟି ଝଡିଥାଏ ଏବଂ ସ୍କିନ୍‌ରେ ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ତୁଳସୀ ମଞ୍ଜିକୁ ଖାଇବା ଦ୍ୱାରା ଏହିସବୁ  ସମସ୍ୟାରୁ ମୁକ୍ତି ମିଳିଥାଏ।ମହିଳାମାନେ ଗର୍ଭାବସ୍ଥାରେ ଯେଉଁ ଖାଦ୍ୟ ଖାଇଲେ ବି ତାହା ଭଲରେ ହଜମ ହୋଇ ନଥାଏ। ଯାହା ପାଇଁ ସେମାନେ କୋଷ୍ଠକାଠିନ୍ୟର ଶିକାର ହୋଇଥାନ୍ତି । ତୁଳସୀ ମଞ୍ଜିକୁ ପାଣିରେ ଭିଜାଇ ଖାଇବା ଦ୍ବାରା କୋଷ୍ଠକାଠିନ୍ୟରୁ ଉପଶମ ମିଳେ।



[ad_2]

Leave a Reply

Your email address will not be published. Required fields are marked *

Back to top button