ଦେଶ- ବିଦେଶ

ଭାରତ ଆସିବେ ଏଲନ୍ ମସ୍କ, ଟେସ୍ଲା ମୋଟର୍ସ କାରଖାନା ସ୍ଥାପନ ପାଇଁ ମୋଦୀଙ୍କ ସହ କରିପାରନ୍ତି ଆଲୋଚନା – Sahana Mela

[ad_1]


ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଟେସ୍‍ଲା ମୋଟର୍ସର ମାଲିକ ଏଲନ୍‍ ମସ୍କ । ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିପାରନ୍ତି ଏଲନ୍ ମସ୍କ । କିନ୍ତୁ ମସ୍କଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଭାରତରେ ଟେସ୍‍ଲା ମୋଟର୍ସର ସ୍ବତନ୍ତ୍ର କାରଖାନା ସ୍ଥାପନ ନେଇ ପ୍ରଧାନମନ୍ତ୍ରୀଙ୍କ ସହ କରିପାରନ୍ତି ଆଲୋଚନା ।

ସୂଚନା ଅନୁସାରେ, ଖୁବଶୀଘ୍ର ଭାରତୀୟ ବଜାରରେ ଚର୍ଚ୍ଚିତ ବିଦ୍ୟୁତ ଚାଳିତ ଗାଡ଼ି ଟେସଲାର ପ୍ରବେଶ ହୋଇପାରେ । ଦେଶରେ ୨ ଶହ କୋଟିରୁ ୩ଶହ କୋଟି ଡଲାର୍ ନିବେଶ କରିପାରନ୍ତି ମସ୍କ । ଟେସଲା ଅଧିକାରୀମାନେ କାରଖାନାର ପାଇଁ ସ୍ଥାନ ଦେଖିବା ପାଇଁ ଭାରତ ଆସିପରନ୍ତି, ତେବେ ୨ ବିଲିୟନ୍ ଡଲାର ବିନିଯୋଗରେ ଏହି କାରଖାନାରେ ନିର୍ମାଣ କରାଯିବା ନେଇ ସୂଚନା ରହିଛି । ସେହିପରି ଟେସଲା କାରଖାନା ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ପାଇଁ ଅଧିକାରୀ ଅନେକ ରାଜ୍ୟ ଗସ୍ତ କରିପାରନ୍ତି।

ଏହି କାରଖାନା ପ୍ରତିଷ୍ଠା ଲାଗି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବାକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହ ଟେସଲା ଆଲୋଚନା କରିପାରେ । ଟେସଲା ଏବେ ସକ୍ରିୟ ଭାବେ ଭାରତର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରୁଛି, ଯାହାମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର କମ୍ପାନୀର ପସନ୍ଦଯୋଗ୍ୟ ସ୍ଥାନ ହୋଇଥିବା ରିପୋର୍ଟରେ ଦାବି କରାଯାଉଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button