ଦେଶ- ବିଦେଶ

ପଡୋଶୀ ଦେଶକୁ ରାଜନାଥଙ୍କ ଚେତାବନୀ, କହିଲେ ‘ପିଓକେ ଆମର ଥିଲା, ଅଛି ଏବଂ ରହିବ ମଧ୍ୟ’ – Sahana Mela

[ad_1]


ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନକୁ ନେଇ କହିଛନ୍ତି ଯେ, ଭାରତ ଉପରେ ଖରାପ ନଜର ରଖିଥିବା ଲୋକମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ । ମନ୍ତ୍ରୀ ରାଜନାଥ ଚୀନକୁ କଡା ଜବାବ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଥିବା ପର୍ଯ୍ୟନ୍ତ ଦେଶର ଏକ ଇଞ୍ଚ ଜାଗା ମଧ୍ୟ କେହି ନିଜ ଅକ୍ତିଆର କୁ ନେଇ ପାରିବ ନାହିଁ । ସେହିଭଳି ପାକିସ୍ତାନକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାକୁ ଆତଙ୍କବାଦୀ ଗଢିବାର ଫଳ ଦିନେ ନା ଦିନେ ଭୋଗିବାକୁ ପଡିବ ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଜୀବନରେ ବନ୍ଧୁମାନେ ପରିବର୍ତ୍ତନ ସମୟ ସହିତ ପରିବର୍ତ୍ତନ ହୋଇଯାଇପାରନ୍ତି କିନ୍ତୁ ପଡୋଶୀ ମାନେ ନୁହେଁ । POK ଆମର ଥିଲା, ଆମର ଅଛି ଏବଂ ଆମର ରହିବ ମଧ୍ୟ । ଯଦି ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ କରିବାରେ ଅସମର୍ଥ, ତେବେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଆତଙ୍କବାଦକୁ ବନ୍ଦ କରିବା ଉଚିତ୍ । ଯଦି ଏପରି ନହୁଏ ତେବେ ପାକିସ୍ତାନକୁ ଆତଙ୍କବାଦ ଗଢିବାର ବହୁତ ବଡ ଫଳ ଭୋଗିବାକୁ ପଡିବ ।

ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ଭଲରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ଏହି ସମୟରେ ଦେଶ ସୁରକ୍ଷିତ ହାତରେ ଅଛି ଏବଂ ଦେଶର ଲୋକମାନଙ୍କୁ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇବାକୁ ନେଇ ସେ କହିଛନ୍ତି ଯେ, “ବିଜେପି ଯେବେଠାରୁ ଧାରା ୩୭୦ ରଦ୍ଦ କରିବା କାର୍ଯ୍ୟ କରିଛି, ସେବେଠାରୁ ସେଠାରେ ବିଚ୍ଛିନ୍ନତାବାଦ ଦେଖିବାକୁ ମିଳିନାହିଁ । କାଶ୍ମୀରକୁ ଶାନ୍ତି ଫେରିଛି। ଏପରିକି ପିଓକେର ଲୋକମାନେ ମଧ୍ୟ ଆମକୁ କାଶ୍ମୀରର ଏକ ଅଂଶ କରିବାକୁ କହିଛନ୍ତି ।

ଚୀନ୍ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନର ନାମ ବଦଳାଇ ଦେଇଛି। ଏ ସମ୍ପର୍କରେ ରାଜନାଥ ସିଂ କହିଛନ୍ତି ଯେ, କିଛି ଜିନିଷର ନାମ ପରିବର୍ତ୍ତନ କରି ଦେଲେ ସେହି ଜିନିଷ ଥିବା ହକ୍ ର ପରିବର୍ତ୍ତନ ହୋଇନଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଭାରତ ଚୀନ୍ କୌଣସି ସ୍ଥାନର ନାମ ପରିବର୍ତ୍ତନ କରିଦିଏ ତେବେ କଣ ସେହି ସ୍ଥାନ ଗୁଡିକ ଭାରତର ହୋଇଯିବ କି?



[ad_2]

Leave a Reply

Your email address will not be published. Required fields are marked *

Back to top button