ଖେଳ ଖବର

ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା – Sahana Mela

[ad_1]

ଭୁବନେଶ୍ୱର : ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା I ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ଦଳ ନିଜ ନିଜ ଏଜେଣ୍ଡା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଏହାରି ଭିତରେ ଆଜି ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ରାଉରକେଲା ଗସ୍ତ ଅବସରରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଏନେଇ ସୂଚନା ଦେଇଛନ୍ତି । ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି ଗତକାଲି କହିଥିଲେ ତୋମାର । ସେ ଆଜି ରାଉରକେଲା ଗସ୍ତରେ ଆସିଛନ୍ତି । ଦିନ ସାରା ଆଜି ସୁନ୍ଦରଗଡ଼ ଜିଲାର ସମସ୍ତ ପଦାଧିକାରୀ, ଜିଲା ସଭାପତି, ମଣ୍ଡଳ ସଭାପତିଙ୍କୁ ନେଇ ବୈଠକ ହେବ ।

ସୂଚନାଥାଉ କି, ଭାଜପା ଦୁଇଟି ପର୍ଯ୍ୟାୟରେ ୨୧ ଲୋକ ସଭା ଓ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏବେ ବି ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ସେହିପରି ବିଜେଡି ଏ ପର୍ଯ୍ୟନ୍ତ ୨୦ ଲୋକ ସଭା ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ଏପର୍ଯ୍ୟନ୍ତ ମାତ୍ର ୮ଟି ଲୋକ ସଭା ଓ ୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରିଛି।

[ad_2]

Leave a Reply

Your email address will not be published. Required fields are marked *

Back to top button