ରାଜ୍ୟ

ସୋରରେ ଇଦ ପର୍ବ ପାଳିତ – Sahana Mela

[ad_1]

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋରରେ ଇଦ ପର୍ବ ପାଳିତ। ସବୁଆଡେ ଶାନ୍ତିଶୃଙ୍ଖଳାର ସହିତ ଇଦ୍ ପର୍ବ ପାଳନ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରେ ମଧ୍ୟ ଇଦ୍ ପର୍ବ ବହୁ ଧୁମଧାମରେ ପାଳିତ ହୋଇଛି। ଇଦଘା ପଡିଆ ଠାରେ ମୁସଲିମ ସମ୍ପ୍ରଦାୟ ତରଫରୁ ଆଜି ସକାଳ ୮ ଟା ସମୟରେ ଏକ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଥିଲା।

ନମାଜ ପାଠ ପରେ ପରସ୍ପରକୁ ଇଦର ଶୁଭେଛା ଜଣାଇ ପରସ୍ପରକୁ ଆଲିଙ୍ଗନ କରି ଏହି ପର୍ବକୁ ପାଳନ କରିଥିଲେ । ସୋରରେ ପଠାନ ମହଲା ମସଜିଦ ର ମୌଲାନା ଶ୍ରଦ୍ଧାଳୁଙ୍କୁ ନମାଜ ପାଠ କରାଇଥିଲେ। ସେହିପରି ସକାଳ ୯.୩୦ ରେ ପଠାଣ ମହଲା ମସଜିଦ ରେ ନମାଜ ପାଠ କରାଯାଇଥିବା ବେଳେ କାଜି ମହଲା ମସଜିଦ ରେ ମଧ୍ୟ ନମାଜ ପାଠ କରାଯାଇଥିଲା। ନମାଜ ପାଠ ସରିବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଘରକୁ ଯାଇ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିଥିଲେ।

ଏଥିରେ ପାର ମହଲା, ପଠାନ ମହଲା,କାଶୀପୁର,ଖପରା ନାଳ,ଛତ୍ରପୁର,ମୋଦି ନଗର ଇଟୁଆ ଆଦି ଅଂଚଳ ଓ ସୋର ବ୍ଲକ ପାଖର ପଂଚାୟତ ବେଲପୁର କନ୍ଥି ଗଢିଆ ଅଂଚଳର ମୁସଲମାନ ଭାଇ ମାନେ ବେଲପୁର ଇଦଘା ପଡିଆ ଓ ମସଜିଦ ରେ ମଧ୍ୟ ନମାଜ ପାଠ କରିଥିଲେ। ନମାଜ ପାଠ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

[ad_2]

Leave a Reply

Your email address will not be published. Required fields are marked *

Back to top button