ଖେଳ ଖବର
୧୫ ତାରିଖ ସୁଦ୍ଧା ଆସିବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା – Sahana Mela

[ad_1]
ଭୁବନେଶ୍ୱର : ଆସନ୍ତା ୧୫ ତାରିଖ ସୁଦ୍ଧା ଆସିବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା I ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି I ସିଇସି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ I ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ। ବୈଠକ ଚୂଡାନ୍ତ ପରେ ଓଡ଼ିଶାର ଆଉ ଏକ ପ୍ରାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି। ଏଥିସହ ସୁର ରାଉତରାୟଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି I ସୁରଙ୍କ ବିରୋଧରେ ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟ ଦିଲ୍ଲୀ ପଠାଯାଇଛି I ହାଇକମାଣ୍ଡ ନିଷ୍ପତି ନେବେ I ଯିଏ ବିଶୃଙ୍ଖଳା କରିବ ସେ ଯେ କେହି ହେଲେବି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶରତ କହିଛନ୍ତି I
[ad_2]