ରାଜ୍ୟ

ଗେଣ୍ଡୁ ଚାରା ପାଇଁ ନାବାଳିକାକୁ ହତ୍ୟା – Sahana Mela

[ad_1]

ମୟୂରଭଞ୍ଜ : ସାମନ୍ୟ ଗେଣ୍ଡୁ ଚାରା ପାଇଁ ଜୀବନରୁ ମାରି ଟାଙ୍ଗିଦେଲେ l ଭଳି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ l
ସୂଚନାନୁସାରେ , ଗେଣ୍ଡୁ ଚାରାରୁ ଜଘନ୍ୟ ହତ୍ୟାକାଣ୍ଡ । ଗେଣ୍ଡୁ ଗଛ ଚୋରି କଲା ବୋଲି ନାବାଳିକାକୁ ମାରି ଟାଙ୍ଗି ଦେଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଲେ ମୃତକଙ୍କ ମାଆ । ଏଭଳି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ । ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ୱତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ବରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାହାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ । ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ । କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ୱତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତାଙ୍କ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି । ଯାହାକି ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ୱତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି l ମୃତକଙ୍କ ମା । ଏ ନେଇ ଉଦଳା ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାନ ଭିନୀ କରୁଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button