ରାଜନୀତି

ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି; ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ – Sahana Mela

[ad_1]


ରାୟଗଡ଼ା: ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି। ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ ବିଜେଡ଼ି କର୍ମୀ। ରାୟଗଡ଼ା ବିଷମକଟକ ନିର୍ବାଚନ ମଣ୍ଡଳୀ ମୁନିଗୁଡ଼ା ବ୍ଲକ ରଘୁବାରିରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ରଘୁବାରିକୁ ପ୍ରଚାର ପାଇଁ ଯାଇଥିଲା ବେଳେ ଘେରିଲେ ଲୋକେ । ଭୋଟ ମାଗିବା ବେଳେ ଲୋକେ ସମସ୍ୟା ଜଣାଇବାରୁ ଦବଙ୍ଗଗିରି କରୁଛନ୍ତି ବିଜେଡିର ଯୁବ ନେତା।

ଆଜି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ରଘୁବାରୀ ଗାଁକୁ ନିଜର ପ୍ରଚାର ପାଇଁ ଯାଇଥିଲେ। ତାଙ୍କ ସହ ବିଜେଡିର ଅନେକ ନେତା ଓ କର୍ମୀ ମଧ୍ୟ ଗାଁରେ ପହଞ୍ଚି ଶ୍ରୀ ସାରକାଙ୍କୁ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ପାଖରେ ପାଇଁ ଗାଁର ମହିଳା ଓ ପୁରୁଷମାନେ ଉତ୍ସାହିତ ହୋଇପଡ଼ିଥିଲେ। ସେମାନେ ନିଜର ଜନପ୍ରତିନିଧିଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବାକୁ ଚେଷ୍ଟା କରିଥିଲେ।

ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ବିଜେଡିର ଯୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଦବଙ୍ଗିର ଦେଖାଇଥିଲେ। ସେ ଗାଁର କିଛି ଲୋକଙ୍କୁ ଗାଳିଗୁଲଜ କରିଥିଲେ। ସେମାନଙ୍କୁ ସେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ୨ ଜଣ ଯୁବକଙ୍କୁ ଧକ୍କା ମାରିଥିଲେ। ଏହାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି ଧରେନ୍ଦ୍ର ପାଣିଗ୍ରାହୀ। ସେ କହିଛନ୍ତି, କିଛି କଂଗ୍ରେସ ସମର୍ଥିତ ଯୁବକ ସେଠାରେ ପହଞ୍ଚି ଭିଡିଓ କରୁଥିଲେ। ସେମାନଙ୍କୁ ମନା କରିବାରୁ ସେମାନେ ନମାନିବାକୁ ମୋବାଇଲ ଛଡାଇନିଆଯାଇଥିଲା। ନିର୍ବାଚନ ସମୟରେ ଜାଣିଶୁଣି ଏମିତି ପ୍ରସଙ୍ଗ ଉଠାଯାଉଛି।



[ad_2]

Leave a Reply

Your email address will not be published. Required fields are marked *

Back to top button