ରାଜନୀତି

ବିଜେଡି ଛାଡ଼ିଲେ ସରୋଜ ସାହୁ, ରାଜ୍ୟ ସମ୍ପାଦକ ପଦରୁ ଦେଲେ ଇସ୍ତଫା – Sahana Mela

[ad_1]


ଭୁବନେଶ୍ୱର: ବିଜେଡିକୁ ପୁଣି ଝଟକା । ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ପଦରୁ ଇସ୍ତଫା ସହ ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ଆଜି ବିଦ୍ଧି ବଦ୍ଧ ଭାବେ ସେ ଇସ୍ତଫା ପତ୍ର ଦଳର ସୁପ୍ରିମୋକୁ ଇମେଲ ଯୋଗେ ପଠେଇଛନ୍ତି ।

ଦଳ ତାଙ୍କ ସହ ବିଶ୍ୱାସଘାତକତା କରି ଥିବା ସେ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି। ପୂର୍ବରୁ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ଦୁର୍ନୀତି ଏବଂ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ ସରୋଜ ସାହୁ । ଏବେ ଦଳର ସୁପ୍ରିମୋକୁ ଇମେଲ ଯୋଗେ ମନ୍ତ୍ରୀଙ୍କ ବିରୋଧରେ ୧୧ ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ପଠାଇଛନ୍ତି ।

ପୂର୍ବରୁ ସରୋଜ ସାହୁ ବିଜେଡି ଦଳରେ କାମ କରି ସଂଗଠନକୁ ମଜବୁତ କରିଥିଲେ । ଢୋଲକିଆଙ୍କ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ସେ ଓ ତାଙ୍କ ସମର୍ଥକମାନେ କିଛି ଦିନ ତଳେ ନୂଆପଡା ବନ୍ଦ ଡାକରା ଦେଇ ବିଦ୍ରୋହ କରିଥିଲେ। ତଥାପି ଢୋଲକିଆଙ୍କୁ ବିଜେଡି ନୂଆ ପଡ଼ାରେ ପ୍ରାର୍ଥୀ କରିଛି। ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଧୋକା ଦେବା ସହ ଉଚିତ ସମ୍ମାନ ଦେଇନଥିବାରୁ ଆଜି ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ସରୋଜ ସାହୁ ।



[ad_2]

Leave a Reply

Your email address will not be published. Required fields are marked *

Back to top button