ବିଜେପିରେ ସାମିଲ ହେଲେ କାର-ଖାନାର ଦୁଇ ମହିଳା – Sahana Mela

[ad_1]
ଭୁବନେଶ୍ୱର : ରାଜନୀତିରେ ପ୍ରବେଶ କଲେ କାର-ଖାନାର ଦୁଇ ଯାଆ I ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଓ ରଶ୍ମିତା ପାଣିଗ୍ରାହୀ ବିଜେପିରେ ପ୍ରାଥମିକ ସଦସ୍ୟା ଭାବେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି ଏହି ଦୁଇ ଜଣ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା’ ।
ସୂଚନାନୁସାରେ, କିଛିଦିନ ହେଲା ଏହି ଦୁଇ ଯାଆ ଏକ କାରରେ ଘରୁ ଖାଦ୍ୟ ପ୍ରସ୍ତୁତ କରି ଆଣି ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ବିକ୍ରି କରୁଥିଲେ I ତାଙ୍କ ଖାଦ୍ୟ ସୁଆଦିଆ ହେବ ସାଙ୍ଗକୁ ସୁଲଭ ମୂଲ୍ୟରେ ହେବାରୁ ଅଧିକ ଭିଡ଼ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା I ଯାହାକୁ ନେଇ ବିଏମସିର ଚଢ଼ାଉ ହୋଇଥିଲା I ତେବେ ତଦନ୍ତରୁ ଏମାନଙ୍କର କାଗଜ ପତ୍ର ଠିକ ନଥିବା ଜଣା ପଡିଥିଲା I ତେବେ କିଛି ଦିନର ବିବାଦ ପରେ ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା’ ।
[ad_2]