ହାତୀ ନଉଛି ଜୀବନ , ହାତୀ ଆକ୍ରମଣରେ ୧ ମୃତ୍ୟୁ ୩ ଆହତ – Sahana Mela

[ad_1]
ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ବହୁ ଧନ ଜୀବନ ନଷ୍ଟ ହଉଥିବା ବେଳେ ଆଜି ପୁଣି ଆଉ ଏକ ହାତୀ ଆକ୍ରମଣରେ ୧ ମୃତ୍ୟୁ ୩ ଆହତ l ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ବନଖଣ୍ଡ ଲେଫ୍ରିପଡ଼ା ବନାଞ୍ଚଳରେ l
ସୂଚନାନୁସାରେ , ବିଭିନ୍ନ ଅଞ୍ଚଳରେ ହାତୀର ଉପଦ୍ରବ ବଢ଼ିବାରେ ଲାଗିଛି l ବହୁ ଜୀବନ ନଷ୍ଟ ହେଉଛି କିନ୍ତୁ ଆଜି ସୁନ୍ଦରଗଡ଼ ବନଖଣ୍ଡ ଲେଫ୍ରିପଡ଼ା ବନାଞ୍ଚଳରେ ଏକ ଦନ୍ତା ଆକ୍ରମଣ କରିଛି । ଗୁଣ୍ଡିଆଡିହି , ହଲମା ଓ ଖରଲଛାପଲରେ ହାତୀ ୩ ଜଣଙ୍କୁ ଆକ୍ରମଣ କରିଛି । ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଜଣେ ଓଏସଏପି ଯବାନ ଓ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମୃତକ ଖରଲଛାପରର ବୋଲି ଜଣାପଡିଛି । ଆହତ ମାନେ ହେଲେ ହଲମାର ଓଏସଏପି ଯବାନ ସୁରେନ୍ଦ୍ର ବାର୍ଲା ୩୫ ଓ ମହିଳା ଗୁଣ୍ଡିଆଡିହିର ନାମ ପଦ୍ମିନୀ ବଇଗା ୪୫ ବୋଲି ଜଣାପଡିଛି । ଆଜି ଭୋରରୁ ମହିଳା ଜଣକ ଶୌଚ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା । ପରେ ସେଠାରୁ ହଲମା ଆସିଥିଲା । ଗାଁକୁ ଆସିଥିବା ଯବାନ ଗାଁ ଲୋକଙ୍କ ସହ ହାତୀକୁ ଘଉଡାଉଥିବା ବେଳେ ହାତୀ ବୁଲି ପଡ଼ି ଆକ୍ରମଣ କରିଥିଲା । ଯବାନ ଗୁରୁତର ଆହତ ହୋଇଥିଲେ। ୨ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହାତୀଟି ହଲମାରୁ ଖରଲଛାପଲକୁ ଯାଇ ପୁଣି ଜଣକୁ ଆକ୍ରମଣ କରିଛି ବୋଲି ଜଣାପଡିଛି l ସେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହିଅଛି ବୋଲି ସୂଚନା ମିଳିଛି । କିନ୍ତୁ ମୃତ୍ୟୁ ସମ୍ପର୍କରେ ବନବିଭାଗ ସ୍ପଷ୍ଟ କରିନାହିଁ । ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟି ମୃତ୍ୟୁ ଦେହ ପୋଷ୍ଟ ମଟମ ପାଇଁ ପରାମର୍ଶ ଦେଇଛନ୍ତି ।
[ad_2]




