ଅପରାଧ

ବାଙ୍କୀରେ ବୋମା ବିସ୍ଫୋରଣ, ୧୫ରୁ ଅଧିକ ଆହତ – Sahana Mela

[ad_1]


କଟକ: ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମା ବିସ୍ଫୋରଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ଏହି ଘଟଣାରେ ୧୫ରୁ ଅଧିକ ଆହତ ବେଳେ, ୨ଜଣ ଗୁରୁତର ଅଛନ୍ତି। ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ କରାଯାଇଥିବା ସୂଚନା ରହିଛି ।

ଆହତ ୧୫ ଜଣଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ୨ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁଯାୟୀ ଦୁଇ ସାହି ମଧ୍ୟରେ ଅନେକ ଦିନ ଧରି ଗୋଷ୍ଠୀ ସଂଘର୍ଷ ଲାଗି ରହିଥିଲା। ଏ ସଂଘର୍ଷ ଏତେ ଭୟଙ୍କର ହୋଇଥିଲା ଯେ ଆଜି ସନ୍ଧ୍ୟାରେ ଦୁର୍ବୃତ୍ତ ମାନେ ବୋମାଡ଼ କରିଥିଲେ। ଅନ୍ୟପଟେ ଦୁର୍ବୃତ୍ତ ମାନେ ବୋମାଡ଼ କରି ଘଟଣା ସ୍ଥଳରୁ ଫେରାର ଅଛନ୍ତି।

 



[ad_2]

Leave a Reply

Your email address will not be published. Required fields are marked *

Back to top button