ଅପରାଧ

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼ – Sahana Mela

[ad_1]


ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା ପୁଣି ସାମ୍ନାକୁ ଆସିଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଘରେ ପଶି ନାବାଳକକୁ ଛୁରାମାଡ଼ ମାରିଛନ୍ତି ଅଜଣା ବ୍ୟକ୍ତି।

ଅଜଣା ବ୍ୟକ୍ତିର ଛୁରାମାଡ଼ରେ ନାବାଳକର ମୃତ୍ୟୁ ହୋଇଛି। ଗଡ଼ସାହି ଗାଁରେ ଉକ୍ତ ନାବାଳକ ଘରେ ପଢୁଥିବା ବେଳେ ଘରେ ପଶି ଅଜଣା ବ୍ୟକ୍ତି ଛୁରାମାଡ଼ କରିଥିବା ଅଭିଯୋଗ ଆସିଛି। ମୃତ ନାବାଳକ ଉକ୍ତ ଗାଁର ମନୋଜ ପାଲଟସିଂଙ୍କ ପୁଅ ଶୁଭମ ପାଲଟସିଂ। ସେ ନବମ ଶ୍ରେଣୀର ଛାତ୍ର। ସୂଚନା ଅନୁସାରେ ବୁଧବାର ଶୁଭମ ଘରେ ପଢୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଘରେ ପଶି ଯାଇ ହଠାତ୍ ଏକ ଛୁରୀରେ ଶୁଭମକୁ ଆକ୍ରମଣ କରିଥିଲା। ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପରିବାର ଲୋକେ ନାବାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରା ମାଡ଼ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button