ରାଜ୍ୟ

ସାଇବରର ଟାର୍ଗେଟ ଜନସାଧାରଣ – Sahana Mela

[ad_1]

ଭୁବନେଶ୍ୱର : ଆଜି କଲି ଡିଜିଟାଲ ସମୟରେ ବହୁ ଲିକ ବିଭିନ ପ୍ରକାରର ସାଇବର ଠକେଇର ଶିକାର ହେଉଛନ୍ତି l ଏହି ପରି ବହୁ ଅନେକ ମାମଲା ସାମ୍ନାକୁ ଆସୁଛି l ଏଥିରେ ଶିକ୍ଷିତ, ଅପାଠୁଆ, ଯୁବକ, ମହିଳା, ଶିଶୁ, ବୃଦ୍ଧ ସମସ୍ତେ ଟାର୍ଗେଟରେ ରହିଛନ୍ତି ।
ସୂଚନାନୁସାରେ , ପ୍ରତି ଦିଅ ପ୍ରାୟ ସାଢ଼େ ୫ ବର୍ଷରେ ରାଜ୍ୟରେ ସାଇବର ଠକେଇ ସଂକ୍ରାନ୍ତ ପ୍ରାୟ ୫୧ ହଜାର ୫୦୦ ଅଭିଯୋଗ ହୋଇଛି। ଏହି ସଂଖ୍ୟାକୁ ହିସାବ କଲେ ସାଇବର ଠକେଇ ସଂକ୍ରାନ୍ତରେ ଦିନକୁ ପ୍ରାୟ ୨୬ରୁ ଅଧିକ ଅଭିଯୋଗ ହେଉଛି। ଏହାବାଦ୍ ଆହୁରି ଅନେକ ମାମଲା ଘଟୁଥିଲେ ହେଁ, ପୁଲିସ ପାଖେ କେହି ଅଭିଯୋଗ କରୁନାହାନ୍ତି। ସେହିପରି ୨୦୧୮ରୁ ୨୦୨୨ ଏପ୍ରିଲ ମାସ ସୁଦ୍ଧା ସାଇବର ଅପରାଧୀମାନେ ରାଜ୍ୟରୁ ୧୨୨ କୋଟି ୪୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ୨୦୧୮ରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ବିଭିନ୍ନ ଥାନା ଓ ସାଇବର ଥାନାରେ ୯୫୮୦ ମାମଲା ରୁଜୁ ହୋଇଛି। ସେହିପରି ୨୦୨୦ରୁ ୨୦୨୩ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ,ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏନସିଆରପି ମାଧ୍ୟମରେ ୨୨୪୦୮ ଅଭିଯୋଗ ଆସିଛି । ସାଇବର ହେଲ୍ପ ଡେସ୍କ ଜରିଆରେ ୨୦୨୧ଫେବ୍ରୁଆରି ୨୮ରୁ, ୨୦୨୩ ଜାନୁଆରି ପର୍ଯ୍ୟନ୍ତ ସାଇବର ଠକେଇ ସଂକ୍ରାନ୍ତରେ ୧୯୫୦୮ଟି ଅଭିଯୋଗ ଆସିଛି । ସେଥିରୁ ଠକେଇର ଶିକାର ବିଭିନ୍ନ ବ୍ୟକ୍ତିଙ୍କୁ ୩ କୋଟି ୬୦ ଲକ୍ଷ ୭୦ ହଜାର ୬୪୨ ଟଙ୍କା ଫେରସ୍ତ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୧ କୋଟି ୨୮ ଲକ୍ଷ ଟଙ୍କା ଅଟକା ଯାଇଛି। ଠକେଇର ପରିମାଣ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଥ୍ୟ ଦିଆଯାଇ ନ ଥିବା ବେଳେ ପ୍ରାୟ ଶହେ କୋଟି ଟଙ୍କା ଟପିଯିବ ବୋଲି କୁହାଯାଉଛି । ସିଧାସଳଖ ସାଇବର ଅପରାଧର ମୁକାବିଲା କରିବା ପୁଲିସ ପକ୍ଷରେ କଷ୍ଟକର ହୋଇ ପଡ଼ିଛି। ଅନେକ ମାମଲାରେ ପୁଲିସ ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ବେଳେ କେତେକ ମାମଲାରେ ଏହା ସମୟ ସାପେକ୍ଷ ଏବଂ ବିପୁଳ ଟଙ୍କା ବ୍ୟୟ ହେଉଛି। ତେଣୁ ତଦନ୍ତ ଆଗେଇ ପାରୁନାହିଁ। ଏବେ ସଚେତନତା ମୁଖ୍ୟ ଅସ୍ତ୍ର ପାଲଟିଛି। ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ସଚେତନତା ଯାତ୍ରା ଅକ୍ଟୋବର ୧୫ ଯାଏଁ ଚାଲିବ। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଅପରାଧ ରୋକିବାରେ କେତେ ସହାୟକ ହେବ ତାହା ଆଗାମୀ ସମୟରେ ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button