ରାଜ୍ୟ

ସମାଜ ସେବୀ ମିନତୀ ସାହୁଙ୍କ ଉପସ୍ଥିତିରେ ରାହାମ୍ବାରେ ମହାବୀର ଭଲିବଲ ଟୁର୍ନାମେଣ୍ଟ ଉଦ୍ଘାଟିତ

ଧର୍ମଶାଳା: ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାମ୍ବା ଗ୍ରାମପଞ୍ଚାୟତର ରାହାମ୍ବା ଗ୍ରାମରେ ଆୟୋଜିତ ମହାବୀର ଭଲିବଲ ଟୁର୍ନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଆଜି ବ୍ୟାପକ ଉତ୍ସାହ ଓ ଉଲ୍ଲାସରେ ସମ୍ପନ୍ନ ହୋଇଛି। ଗ୍ରାମ ଓ ପାଖପାଖି ଅଞ୍ଚଳର କ୍ରୀଡାପ୍ରେମୀ ଦର୍ଶକମାନଙ୍କର ଭିଡ଼ ଏହି କ୍ରୀଡା ଆୟୋଜନକୁ ଆହୁରି ଆକର୍ଷଣୀୟ କରିଥିଲା।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ଶ୍ରୀମତୀ ମିନତୀ ସାହୁ, ୩୪/୩୫ ନମ୍ବର ମଣ୍ଡଳ ସଭାପତି ତୀର୍ଥ ରାଜ ପଣ୍ଡା ଓ ପଞ୍ଚାୟତ ପ୍ରଭାରୀ ଉପେନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ଅତିଥିମାନେ ଖେଳାଳିମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ନିଷ୍ଠା, ଶିଷ୍ଟାଚାର ଓ ଦଳୀୟ ମନୋଭାବ ସହିତ ଖେଳିବାକୁ ପ୍ରେରଣା ଦେଇଥିଲେ।

ସଭାକୁ ସମ୍ବୋଧନ କରି ଅତିଥିମାନେ କହିଥିଲେ ଯେ କ୍ରୀଡା କେବଳ ଶାରୀରିକ ସୁସ୍ଥତା ନୁହେଁ, ମାନସିକ ଶକ୍ତି, ଶିଷ୍ଟାଚାର ଓ ସାମାଜିକ ଏକତା ଗଢ଼ିଉଠିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଗ୍ରାମୀଣ ଅଞ୍ଚଳରେ ଏପରି ଟୁର୍ନାମେଣ୍ଟ ଆୟୋଜନ ହେଉଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ବଢ଼ୁଛି ଏବଂ ଲୁଚିଥିବା ପ୍ରତିଭା ବାହାରକୁ ଆସୁଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ଟୁର୍ନାମେଣ୍ଟର ସୁଚାରୁ ଓ ସଫଳ ଆୟୋଜନ ପାଇଁ ଅତିଥିମାନେ ଆୟୋଜକ ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବଡ଼ ପରିସରରେ ଆୟୋଜନ କରିବାକୁ ଆହ୍ୱାନ କରିଥିଲେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌କୁ ଦର୍ଶକମାନେ ଭାରି ଉତ୍ସାହରେ ଉପଭୋଗ କରିଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button