ଅପରାଧ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୮ ଜଣ ନକ୍ସଲ, ସର୍ଚ୍ଚ ଅପରେସନ ଜାରି – Sahana Mela

[ad_1]


ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ଜଣେ ବରିଷ୍ଠ ନେତାଙ୍କ ସମେତ ଅତିକମରେ ୧୮ ଜଣ ମାଓବାଦୀଙ୍କ ନିହତ ହୋଇଛନ୍ତି। ନକ୍ସଲ ସଂଗଠନର ମୁଖ୍ୟ ନେତା ଶଙ୍କର ରାଓର ମୃତଦେହକୁ ପୋଲିସ୍‌ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା।

ପୋଲିସ୍ ଅଧୀକ୍ଷକ କଲ୍ୟାଣ ଏଲିସେଲା କହିଛନ୍ତି ଯେ ଚାରୋଟି ଏକେ-୪୭ (AK-47) ରାଇଫଲ ସମେତ ଏକ ବଡ଼ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଏନକାଉଣ୍ଟର ଚାଲିଛି ଓ ଅଧିକ ସଂଖ୍ୟକ ଫୋର୍ସ ଘଟଣାସ୍ଥଳକୁ ଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସ୍ଥାନୀୟ ଏସ୍‌ପି କଲ୍ୟାଣ ଇଲ୍ଲିସେଲା ସୂଚନା ଦେଇଛନ୍ତି।

ଏହି ଏନକାଉଣ୍ଟରରେ ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗୁଳି ବିନିମୟରେ ଏଯାଏ ୧୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button