ଅପରାଧ

Gold chain seized: ସମୁଦ୍ରରେ ଗାଧୋଉଥିବା ବେଳେ ସୁନା ଚେନ୍ ଛିଡ଼ାଇ ପଳାଉଥିଲା ଅଭିଯୁକ୍ତ, PCR-5 ଟିମ୍ ଦ୍ୱାରା କାବୁ

ପୁରୀ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ନେଇ ପଳାଉଥିବା ଅଭିଯୁକ୍ତକୁ PCR-5 ଟିମ୍ ଦ୍ୱାରା କାବୁ । ଚୋରି ହୋଇଥିବା ସୁନା ଚେନ୍ ଜବତ ହୋଇଛି । ଢେଙ୍କାନାଳରୁ ପୁରୀ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ସମୁଦ୍ରକୂଳରେ ଗାଧୋଉଥିଲେ । ଜଣେ ବ୍ୟକ୍ତି ସୁଯୋଗ ନେଇ ପର୍ଯ୍ୟଟକଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ନେଇ ସେଠାରୁ ଦୌଡ଼ି ପଳାଇଥିଲା । ପିସିଆର ଟିମ୍ ଖବର ପାଇ ଅଭିଯୁକ୍ତର ପିଛା କରିଥିଲା । ଶେଷରେ ଅଭିଯୁକ୍ତ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ PCR-5 ଟିମ୍ ତାଙ୍କୁ କାବୁ କରିଥିଲା । ଅଭିଯୁକ୍ତ ଫୋପାଡ଼ି ଦେଇଥିବା ସୁନା ଚେନଟି ମଧ୍ୟ ଉଦ୍ଧାର କରାଯାଇଥିଲା । ସୁନା ଚେନ୍ ଛିଡ଼ାଇ ନେବା ବେଳେ ପର୍ଯ୍ୟଟକ ଜଣକ ଆହତ ହୋଇଥିଲେ। ତାଙ୍କୁ ପୁଲିସ ପକ୍ଷରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପୁରୀ ପୋଲିସକୁ ପ୍ରଂଶସା କରିଛନ୍ତି ପର୍ଯ୍ୟଟକ।

Leave a Reply

Your email address will not be published. Required fields are marked *

Back to top button