ରାଜନୀତି

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ – Sahana Mela

[ad_1]


ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ତାଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ଉଭୟ ଅରୁନ୍ଧତୀ ଦେବୀ ଓ ପୁଅ ନମନ ଗଙ୍ଗଦେବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ସମୟରେ ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ସକାଳେ ବିଜେପିର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିଲେ । ଏନେଇ ନିଜେ ଅରୁନ୍ଧତୀ ଦେବୀ ତାଙ୍କ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଅନେକଦିନ ଧରି ତାଙ୍କ ସାଂସଦ ସ୍ବାମୀଙ୍କୁ ବିଜେପିରେ ଏକ ଘରିକିଆ କରାଯାଇଥିବାରୁ ଅସନ୍ତୁଷ୍ଟ ଥିଲେ ଅରୁନ୍ଧତୀ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button