ଅପରାଧ

ଋଣ ବୋଝ ପାଇଁ ବାପାଙ୍କୁ ମାରିଲା ଉଚ୍ଚଶିକ୍ଷିତ ପୁଅ

ଭୁବନେଶ୍ୱର: ଋଣ ବୋଝ ପାଇଁ ବାପାଙ୍କୁ ମାରିଛନ୍ତି ଉଚ୍ଚଶିକ୍ଷିତ ପୁଅ। ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଆଇନ କଲେଜରେ ପ୍ରଫେସର ଭାବେ ଚାକିରି କରୁଥିଲେ। ହେଲେ ସେ ଋଣ ବୋଝରେ ବୁଡ଼ି ରହିଥିଲେ। ଏହାପରେ ଋଣ ଶୁଝିବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ କ୍ରୋଧବଶତଃ ଛୁରୀ ଭୁସି ତାଙ୍କୁ ହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button