ଅପରାଧ

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ – Sahana Mela

[ad_1]


ପାରାଦୀପ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ରେଡ୍। ସିବିଆଇ ହାତରେ ଧରା ପଡିଲେ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ପୋର୍ଟର ହେଲଥ ଅଫିସର ଡାକ୍ତର ଆର ଏନ ପାଣିଗ୍ରାହୀଙ୍କ ନିକଟରୁ ଟଙ୍କା ଜବତ ହୋଇଛି। କଲିକତାର ଏମିଏନସପି ସିପିଂ ଏଜେନ୍ସି ଠାରୁ ଡାକ୍ତର ଆର.ଏନ ପାଣିଗ୍ରାହୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ବନ୍ଦର ଭୁଇଁଆ ଛକରେ ଥିବା ପବ୍ଲିକ ହେଲଥ୍ କାର୍ଯ୍ୟାଳୟରେ ଚଢାଉ କରିଛି ସିବିଆଇ। ସୂଚନା ଅନୁଯାୟୀ, ଗୋଟିଏ ଜାହାଜର ନାବିକମାନଙ୍କର ହେଲଥ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ସିପିଂ ଏଜେନ୍ସି ଠାରୁ ଜଣ ପିଛା ୧୫୦୦ ଟଙ୍କା ଦାବି କରିଥିଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ଏନେଇ ସମସ୍ତଙ୍କୁ ସାର୍ଟିଫିକେଟ୍ ଦେବା ବାବଦରେ ଲାଞ୍ଚ ନିଆଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ। ଏକାବେଳେ ତିନି ଗୋଟି ସ୍ଥାନରେ ରେଡ ହେଉଥିବା ସୂଚନା।



[ad_2]

Leave a Reply

Your email address will not be published. Required fields are marked *

Back to top button