ଦେଶ- ବିଦେଶ

ସରକାରଙ୍କ ନାଲି ଆଖିକୁ ଡରିଲେନି ନର୍ସିଂ ଅଫିସର

ନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଆସନ୍ତାକାଲିଠୁ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଥିବା ନର୍ସିଂ ଅଫିସର ଓ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି।

ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେପଟେ ଆନ୍ଦୋଳନ ଜିଦରେ ଅଟଳ ରହିଛି ଅଲ୍ ଓଡ଼ିଶା ନର୍ସିଂ ସଂଘ। ସଂଘ କହିଛି, ରୋଗୀଙ୍କୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖରେ ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ କହିଛି।

ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ।

Leave a Reply

Your email address will not be published. Required fields are marked *

Back to top button