ରାଜ୍ୟ
ଜିଦ୍ରେ ଅଟଳ ନର୍ସିଂ ସଂଘ: ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ଠପ୍ ପାଇଁ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର ନର୍ସିଂ ସଂଘ ପୁଣି ଆନ୍ଦୋଳନ କରିଛି ।
୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଯଦି ଗୁରୁବାର ସୁଦ୍ଧା କୌଣସି ପ୍ରତିଶ୍ରୁତି ନ ମିଳେ ତେବେ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ ନର୍ସିଂ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବୁଧବାର ଲୋକସେବା ଭବନରେ ସଚିବଙ୍କ ସହିତ ଆଲୋଚନା ହୋଇଥିଲା । ମାତ୍ର ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା । ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ଫଳରେ ନର୍ସିଂ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି ।
୧୦ ଦଫା ଦାବି ନେଇ ନର୍ସିଂ ସଂଘ ସରକାରଙ୍କୁ ମାସେ ସମୟ ସୀମା ଦେଇଥିଲା ମାତ୍ର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଏହାପରେ ନର୍ସିଂ ସଂଘ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଥିଲା।