ଦେଶ- ବିଦେଶ

ଶୌଚାଳୟରେ ଛାତ୍ରୀଙ୍କୁ ଆଲିଙ୍ଗନ କରି ଚୁମ୍ବନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: କାନପୁରରେ ଜଣେ ନିଟ କୋଚିଂ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଦ୍ୱାରା ଅଶ୍ଳୀଳ ଆଚରଣ ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ଗାଧୁଆଘରକୁ ନେଇ ଅଶ୍ଳୀଳ କାମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକଙ୍କ ଭିଡିଓ ସିସିଟିଭିରେ କଏଦ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଶିକ୍ଷକଙ୍କ ନାମ ସାହିଲ ସିଦ୍ଦିକି ବୋଲି ଜଣାରପଡ଼ିଛି।

ଶିକ୍ଷକ ସାହିଲ ସିଦ୍ଦିକିଙ୍କ ଏହି ଘୃଣ୍ୟ କାର୍ଯ୍ୟ ସିସିଟିଭିରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ପ୍ରଥମେ ଆଲିଙ୍ଗନ କରିବା ସହିତ ଜୋରଜବରଦସ୍ତ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।
ଏହି ଘଟଣା କାନପୁରର କାକାଦେବ କୋଚିଂ ମଣ୍ଡିର ପ୍ରତିଷ୍ଠିତ ନିଟ କୋଚିଂ ସେଣ୍ଟର ଅଟେ। ଯେଉଁଠାରେ ଶିକ୍ଷକ ସାହିଲ ସିଦ୍ଦିକି ବାୟୋଲୋଜି ଶିକ୍ଷା ପ୍ରଦାନ କରିଛି। ତାଙ୍କର ଏହି କାର୍ଯ୍ୟ ପରେ ସମଗ୍ର କାନପୁରରେ ଆଲୋଡ଼ପ ଦେଖାଦେଇଛି ।ଏହି ଘଟଣାପରେ ଅଭିଭାବକମାନେ ସେମାନଙ୍କ ପିଲାର ସୁରକ୍ଷାକୁ ନେଇ ବହୁତ ଭୟଭୀତ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button