ଦେଶ- ବିଦେଶ

ମହୁଆ ବିବାଦ: ଏଣିକି ସାଂସଦ ସେମାନଙ୍କର ନିଜସ୍ୱ ଇମେଲ୍, ପ୍ରଶ୍ନ ଏବଂ ଯାତ୍ରା ବିଲ୍କୁ ସମ୍ଭାଳିବେ – Sahana Mela

[ad_1]


ନୂଆଦିଲ୍ଲୀ: ଲୋକସଭା ସଦସ୍ୟମାନଙ୍କୁ ଏବେ ନିଜସ୍ୱ ଡିଜିଟାଲ ସଂସଦୀୟ କାମ ଯେପରିକି ଗୃହରେ ପଚରା ଯିବାକୁ ଥିବା ପ୍ରଶ୍ନ, ଇମେଲ୍ ଆକ୍ସେସ୍ କରିବା ଏବଂ ଯାତ୍ରା ବିଲ୍ ଦାଖଲ କରିବା ଭଳି କାମ ପରିଚାଳନା କରିବାକୁ ପଡିବ।

ଟିଏମସିର ମହୁଆ ମୋଇତ୍ରା ନିଜ ଅଫିସିଆଲ ଇମେଲର ପାସଓ୍ୱାର୍ଡ ଜଣେ ବାହାର ବ୍ୟକ୍ତିଙ୍କ ସହ ସେୟାର କରିଥିବାରୁ ଲୋକସଭା ଏଥିକ୍ସ କମିଟି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି ନିୟମରେ ପରିବର୍ତ୍ତନ ଆସିଛି। ଫଳରେ ଲୋକସଭା ସଚିବାଳୟ ପକ୍ଷରୁ ସାଂସଦଙ୍କ ସଚିବ ଓ ବ୍ୟକ୍ତିଗତ ସହାୟକଙ୍କ ପାଇଁ ଡିଜିଟାଲ ସଂସଦ ପୋର୍ଟାଲ ଓ ଆପ୍ସକୁ ବନ୍ଦ କରିଦିଆଯାଇଛି। ସମୟ ଓ ଦକ୍ଷତାର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି ନୂଆ ନୀତି ଅନେକ ସାଂସଦଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିପାରେ।

ଉଲ୍ଲେଖଯୋଗ୍ୟ, ଟିଏମସିର ଏହି ସାଂସଦ ପ୍ରଧାନମମନ୍ତ୍ରୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କୁ ସଂସଦରେ ବଦନାମ କରିବାକୁ ଲାଞ୍ଚ ଆକାରରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ କରୁଥିବା ଅଭିଯୋଗ ରହିଛି। ଏହାକୁ ନେଇ ସଂସଦର ଏଥିକ୍ସ କମିଟି ବା ସଦାଚାର କମିଟି ମହୁଆଙ୍କୁ ପଚରାଉଚରା ମଧ୍ୟ କରିଛି। ଏପରିକି ନିଜେ ମହୁଆ ମଧ୍ୟ ସ୍ବୀକାର କରିଛନ୍ତି ଯେ ସାଂସଦ ଭାବେ ତାଙ୍କୁ ଯେଉଁ ଆଇଡି ଏବଂ ପାସଓ୍ବାର୍ଡ ମିିଳିଥିଲା ତାହା ଆଉ ଜଣେ ତାଙ୍କ ଜାଣତରେ ବ୍ୟବହାର କରୁଥିଲେ ବୋଲି ସ୍ବୀକାର କରିଛନ୍ତି। ଯାହାକି ବେଆଇନ୍ ବୋଲି କୁହାଯାଉଛି।

ସେହି ସମୟରେ ସାଂସଦ ମହୁଆ କହିଥିଲେ ସେଭଳି କୌଣସି ନିୟମ ନାହିଁ ବା ତାଙ୍କୁ ସାଂସଦ ଭାବେ କୌଣସି ଲିଖିତ ମାର୍ଗଦର୍ଶିକା ନାହିଁ ଯେ ପାସଓ୍ବାର୍ଡ କାହା ସହିତ ସେୟାର ହେବ ଏବଂ ହେବ ନାହିଁ। ଏହାପରେ ଏଭଳି ଏକ ନିୟମରେ ପରିବର୍ତ୍ତନ ହୋଇଥିବା ସୂଚନା ରହିଛ।



[ad_2]

Leave a Reply

Your email address will not be published. Required fields are marked *

Back to top button