ମନୋରଞ୍ଜନ

ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ବଲିଉଡ ଅଭିନେତା ଇମ୍ରାନ ହାସମି, ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ,୦୮/୧୦: ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ବଲିଉଡ ଅଭିନେତା ଇମ୍ରାନ ହାସମି। ଅଭିନେତା ତାଙ୍କ ଫିଲ୍ମ ‘ଗୁଡାଚାରି ୨’ ପାଇଁ ସୁଟିଂ କରୁଥିବା ବେଳେ ସେ ଆହତ ହୋଇଛନ୍ତି । ତାଙ୍କ ବେକରେ ଆଘାତ ଲାଗିଥିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି ।

ତେବେ ‘ଗୁଡାଚାରି ୨’ର ସୁଟିଂ ପାଇଁ ବଲିଉଡ ଅଭିନେତା ଇମ୍ରାନ ହାସମି ହାଇଦ୍ରାବାଦରେ ଅଛନ୍ତି ।

ଗତ ସୋମବାର, ଅକ୍ଟୋବର ୭ରେ ଖବର ଆସିଥିଲା ଯେ ‘ଗୁଡାଚାରି ୨’ ପାଇଁ ଏକ ଆକ୍ସନ୍ ଦୃଶ୍ୟ କରୁଥିବାବେଳେ ଇମ୍ରାନ୍ ହାସମି ଆହତ ହୋଇଥିଲେ। ଅଭିନେତାଙ୍କ ବେକରେ ଆଘାତ ଲାଗିଛି। ଇମ୍ରାନଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ସେ ଆଜି ମୁମ୍ବାଇ ଫେରିବେ ବୋଲି ଆଶା କରାଯାଉଛି । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଇମ୍ରାନଙ୍କ ବେକରେ କଟା ଦାଗ ଦେଖାଯାଉଛି । ‘ଭାଇରାଲ ଭୟାନି’ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଇମ୍ରାନଙ୍କ ଆଘାତ ଦୃଶ୍ୟମାନ ହେଉଛି। ଇମ୍ରାନ ଏକ ଆକ୍ସନ୍ ସିନ କରୁଥିବାବେଳେ ଏହି ଆଘାତ ପାଇଥିଲେ।

ତେବେ ‘ଗୁଡାଚାରି ୨’ ଚଳଚ୍ଚିତ୍ରରେ ସାଉଥ ଅଭିନେତା ଆଦୀଭି ସେଶ ମଧ୍ୟ ଅଭିନୟ କରିଛନ୍ତି, ଯିଏ ‘ମେଜର’ ଚଳଚ୍ଚିତ୍ର ପାଇଁ ଅନେକ ପ୍ରଶଂସା ସାଉଁଟି ଥିଲେ । ଏହି ଚଳଚ୍ଚିତ୍ର ବିଷୟରେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି, କିନ୍ତୁ ଏହି ଦୁର୍ଘଟଣା କୁ ନେଇ ପ୍ରଶଂସକ ବିବ୍ରତ ହୋଇପଡିଛନ୍ତି । ପ୍ରକାଶ ଥାଉକି, ଅଜି ଫିଲ୍ମ ପରେ ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ତେଲୁଗୁ ଚଳଚ୍ଚିତ୍ର । ଏହି ଫିଲ୍ମରେ ତାଙ୍କ ସହ ସାଉଥ ସୁପରଷ୍ଟାର ଅଦିବି ସେଶ ମଧ୍ୟ ନଜର ଆସିଛନ୍ତି। ଅଦିବି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଫିଲ୍ମରେ ଇମ୍ରାନ ଖାନଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button