ଦେଶ- ବିଦେଶ

ବିମାନକୁ ବୋମା ଧମକ; କଡା ପଦକ୍ଷେପ ନେଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବିମାନଗୁଡି଼କୁ ବାରମ୍ବାର ମିଳୁଥିବା ବୋମା ଧମକକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହି ଘଟଣା ପରେ ଡ଼ିଜିସିଏ ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି। ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି ।

ସୂଚନା ଅନୁସାରେ, ଶନିବାର ଦେଶରେ ୩୦ରୁ ଅଧିକ ବିମାନକୁ ବିସ୍ଫୋରଣ କରି ଉଡ଼ାଇ ଦେବାର ଧମକ ମିଳିଥିଲା।

ଯାହା ଫଳରେ ବିମାନଗୁଡ଼ିକର ଜରୁରୀ ଅବତରଣ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ବିମାନଗୁଡ଼ିକ ଉଡ଼ାଣ ଭରିଥିଲେ।

ବୋମା ସମ୍ପର୍କରେ ମିଥ୍ୟା ସୂଚନା ଯୋଗୁଁ ଶତାଧିକ ଯାତ୍ରୀ ହଇରାଣ ହରକତ ହୋଇଥିଲେ। ଗତ କିଛି ଦିନ ହେବ ଏହିଭଳି ଘଟଣା ଜାରି ରହିଛି।

ବୋମା ସମ୍ବନ୍ଧୀୟ ଗୁଜବକୁ ନେଇ ଏନ୍‌ଆଇ, ସିଆଇଏସଏଫ, ଆଇବି ଓ ବିସିଏଏସକୁ ରପୋର୍ଟ ମାଗିଛି ଗୃହ ମନ୍ତ୍ରାଳୟ ।

ଏହି ମିଥ୍ୟା ଧମକ ପାଇଁ ଗତ ଏକ ସପ୍ତାହରେ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଛି । ତେବେ ବିମାନରେ ବୋମା ରହିଥିବାର ସୂଚନା ମିଳିବା ପରେ ବିମାନକୁ ନିକଟବର୍ତ୍ତୀ ଏୟାରପୋର୍ଟରେ ଅବତରଣ କରିବାକୁ ପଡ଼ିଥାଏ। ଫଳରେ ଅଧିକ ଇନ୍ଧନ ଖର୍ଚ୍ଚ ହୋଇଥାଏ। ବିମାନଟିକୁ ଯାଞ୍ଚ କରିବା ଲାଗି ଯାତ୍ରୀମାନଙ୍କ ପାଇଁ ହୋଟେଲର ବ୍ୟବସ୍ଥା କରିବାକୁ ପଡ଼ିଥାଏ। ଏହି ସମସ୍ତ ବ୍ୟବସ୍ଥା କରିବା ପାଇଁ ପ୍ରାୟ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏସବୁ ଜିନିଷକୁ ନେଇ ଏକ ସପ୍ତାହରେ ପ୍ରାୟ ୨୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button