ମନୋରଞ୍ଜନ

ମୁଣ୍ଡରେ ଖଣ୍ଡା ରଖି ବେଲି ଡ୍ୟାନ୍ସ,ରାତାରାତି ସୋସିଆଲ ମିଡିଆରେ ସେନ୍‌ସେସନ୍‌ ପାଲଟିଲେ ଲାବଣ୍ୟା

ତିଶଗଡ଼ର ୨୭/୧୦: ମୁଣ୍ଡରେ ଖଣ୍ଡା ରଖି ବେଲି ଡ୍ୟାନ୍ସ । ଛତିଶଗଡ଼ର ଜଣେ ମହିଳା ଏହି ନୃତ୍ୟ ଜରିଆରେ ରାତାରାତି ସୋସିଆଲ ମିଡିଆ ସେନ୍ସେସନ୍ ପାଲଟିଛନ୍ତି । ଲାବଣ୍ୟା ଦାସ ମାନିକପୁରୀ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ବଲିଉଡ୍ ହିଟ୍ ଫିଲ୍ମ ‘ଓମ୍କାରା’ର ନମକ୍ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି ।

ଭିଡିଓରେ ଲାବଣ୍ୟା କଳା ବ୍ଲାଉଜ୍ ଓ ସ୍କର୍ଟରେ ନଜର ଆସିଛନ୍ତି । ନୃତ୍ୟ ପ୍ରଦର୍ଶନ ପୂର୍ବରୁ ସେ ଅତ୍ୟନ୍ତ ଧ୍ୟାନର ସହ ନିଜ ମୁଣ୍ଡରେ ଖଣ୍ଡା ରଖିଛନ୍ତି । ନୃତ୍ୟରେ ତାଙ୍କ ହାତ ଓ ଗୋଡ଼ର ଗତିବିଧି ଖଣ୍ଡାରେ ସନ୍ତୁଳନ ରକ୍ଷା କରିଥିଲା । ଏମିତି କିଛି ମୁହୂର୍ତ୍ତ ଥିଲା, ଯେଉଁଥିରେ ଖଣ୍ଡା ଆପାତତଃ ତଳେ ପଡ଼ିବା ଭଳି ମନେ ହେଉଥିଲା । ତେବେ ସୁନ୍ଦର କଳା-କୌଶଳ ଜରିଆରେ ସନ୍ତୁଳନ ରକ୍ଷା କରିବାରେ ସେ ସଫଳ ହୋଇଥିଲେ ।

ଭିଡିଓର କ୍ୟାପ୍ସନରେ ଲାବଣ୍ୟା ଲେଖିଛନ୍ତି ‘୨୮୬୭ତମ ଟେକ୍ ପରେ । ଖଣ୍ଡା ମଧ୍ୟ ୧୦ ବର୍ଷରୁ ଅଧିକ ପୁରୁଣା, ତେଣୁ ଦୟାକରି କିଛି ଭାବନ୍ତୁ ନାହିଁ ।’ ଇଣ୍ଟର୍ନେଟ୍ରୁ ଏ ନେଇ ମିଶ୍ର ପ୍ରତିକ୍ରିୟା ଆସୁଛି । କିଛି ୟୁଜର ଲାବଣ୍ୟାଙ୍କ ସାହସ ଓ ପ୍ରତିଭାକୁ ପ୍ରଶଂସା କରିଥିବାବେଳେ ଆଉ କିଛି ଏହାକୁ ବିପଦପୂର୍ଣ୍ଣ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button